ମାଁ ହିରାନୀଳା ଜୁନିୟର କଲେଜ ବିଶ୍ବନାଥପୁର ଠାରେ ରକ୍ତଦାନ ସଚେତନତା କାର୍ଯ୍ୟକ୍ରମ

ଲାଞ୍ଜିଗଡ଼,୨୨/୧୧ : ରକ୍ତଦାନର ମହତ୍ବ ସମ୍ପର୍କରେ ମହାବିଦ୍ୟାଳୟର ଶିକ୍ଷାର୍ଥୀ ମାନଙ୍କୁ ସଚେତନତା କରାଇବା ସହିତ ଏଥି ସମ୍ପର୍କିତ ସମସ୍ତ ଭ୍ରାନ୍ତ ଧାରଣାର ଦୁରୀକରଣ କରିବାର ଲକ୍ଷ୍ୟ ନେଇ ମାଁ ହିରାନୀଳା ଜୁନିୟର କଲେଜ ବିଶ୍ବନାଥପୁର ଠାରେ ରକ୍ତଦାନ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଅନ୍ୟତମ ଲକ୍ଷ୍ୟ ହେଲା ଛାତ୍ରଛାତ୍ରୀ ମାନେ ପ୍ରଥମେ ନିଜେ ସଚେତନତା ହେଲେ ସେମାନେ ନିଜର ପରିବାର, ବନ୍ଧୁବର୍ଗ ଇତ୍ୟାଦିଙ୍କୁ ରକ୍ତ ଦାନର ମହତ ଉଦେଶ୍ୟ ଆବଶ୍ୟକତା ସମ୍ପର୍କରେ ସଚେତନ କରାଇ ପାରିବେ। କାରଣ ଏହି ଛାତ୍ରଛାତ୍ରୀ ମାନଙ୍କ ହାତରେ ହିଁ ରହିଛି ଦେଶ ଓ ସମାଜର ଭବିଷ୍ୟତ।

ସୋସିଆଲ ଆକ୍ଟିଭିଷ୍ଟି ଅଫ କଳାହାଣ୍ଡି ଓ ମା ହୀରାନୀଳା ଯୁକ୍ତ+ ୨ ଜୁନିୟର କଲେଜ ମିଳିତ ଆନୁକୂଲ୍ୟରେ ଆଜି (ଶୁକ୍ରବାର) ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ମାଁ ହୀରାନୀଳା ଯୁକ୍ତ +୨ ଜୁନିୟର କଲେଜ ପରିସରରେ ‘ରକ୍ତଦାନ ଜୀବନ ଦାନ’ ଶିର୍ଷକ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

କଲେଜ ଅଧ୍ୟକ୍ଷ କଙ୍କଣ ରାୟ ଓ କଳାହାଣ୍ଡି ସୋସିଆଲ ଆକ୍ଟିଭିଷ୍ଟିର ସଭାପତି ପ୍ରମୋଦ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝୀ ମୁଖ୍ୟ ଅତିଥି, ବିଶ୍ୱନାଥପୁର ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ର ଡା.ପ୍ରିୟବ୍ରତ ଦାସ ମୁଖ୍ୟ ବକ୍ତା, ନିହାର ରଞ୍ଜନ ଦାଶ, ଲାଞ୍ଜିଗଡ଼ ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ, ଲାଞ୍ଜିଗଡ଼ ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରଧାନୀ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନହର ହରପାଲ, ଲାଞ୍ଜିଗଡ଼ ବ୍ଲକ ସମ୍ବାଦ ପ୍ରତିନିଧି କ୍ଷମାନିଧି ମହାଖୁଡ଼ ସମ୍ମାନିତ ଅତିଥି ଭାବେ ଯୋଗ ଦେଇବା ବେଳେ ଏହି କାର୍ଯ୍ୟକ୍ରମକୁ ଧବଳେଶ୍ବର ଠେଲା ପରିଚାଳନା କରିଥିଲେ।

ଏଥିରେ ଅତିଥିମାନେ ରକ୍ତ ଦାନର ମହତ ଓ ସଚେତନତା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ମହା ବିଦ୍ୟାଳୟର ଅଧ୍ୟାପକ, ଛାତ୍ରଛାତ୍ରୀ ଯୁବଗୋଷ୍ଠୀ ଓ ସ୍ଥାନୀୟ ଜନସାଧାରଣ ଏକ ବିଶାଳ ରକ୍ତଦାନ ସଚେତନତା ଶୋଭାଯାତ୍ରାରେ ବାହାରି ବିଶ୍ୱନାଥପୁର ସହର ପରିକ୍ରମା କରିଥିଲେ।

ଏତବ୍ୟତିତ ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ସୋସିଆଲ ଆକ୍ଟିଭିଷ୍ଟର ମେମ୍ବର ସ୍ଥାନୀୟ ବିଶ୍ୱନାଥପୁର ଜେ.ଜେ.ଗ୍ରୁପ ଓ ଡି.ଜେ ରକ ଗ୍ରୁପର ଯୁବ ଗୋଷ୍ଟି ମିଲନ କୁମାର ନାୟକ, ଉତ୍କଳ କୁମାର ସାହୁ, ସୁଜିତ ପାତ୍ର, ଆକାଶ ସାହୁ, ଦୁଖୀଶ୍ୟାମ ନାଗ,ରିଙ୍କୁ ପ୍ରଧାନୀ,ସିପୁନ ଘଡେଇ, ପିଣ୍ଟୁ ପ୍ରଧାନୀ, ବିରେନ ନାଏକ, ଅଭିନାଶ ଗଉଡ଼, ଅଜିତ ପାତ୍ର, ନିରଞ୍ଜନ ରାଉତ, କୁନମୁନ, ଅମିତ ଓ ବିଶ୍ୱନାଥପୁର ପୁଲିସ ପ୍ରମୁଖ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

ଲାଞ୍ଜିଗଡ ବ୍ଲକ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.