ଜାନୁୟାରୀ ୧୭ରୁ ୨୩ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ପୁସ୍ତକ ମେଳା ‘ଇଙ୍କଫେଷ୍ଟ’

ସୋନପୁର,୨୮/୧୧ : ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ଏହି ବାର୍ଷିକ ପୁସ୍ତକ ମେଳା ‘ଇଙ୍କ୍ଫେଷ୍ଟ୍’ ଓ ସାରସ୍ୱତ ମେଳା ସ୍ଥାନୀୟ ରୟାଲ ପଡିଆରେ ଆୟୋଜିତ ହେବ । ଆସନ୍ତା ଜାନୁୟାରୀ ୧୭ରୁ ୨୩ ପର୍ଯ୍ୟନ୍ତ ହେବାକୁଥିବା ସୁବର୍ଣ୍ଣପୁର ପୁସ୍ତକ ମେଳା ‘ଇଙ୍କ୍ଫେଷ୍ଟ୍’ ର ଚତୁର୍ଥ ସଂସ୍କରଣ ଆୟୋଜିତ ହେବା ପାଇଁ ଚୁଡାନ୍ତ କରାଯାଇଛି । ଏଥିରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୫୦ରୁ ଊର୍ଦ୍ଧ ଷ୍ଟଲରେ ପୁସ୍ତକ ବିକ୍ରେତା ଓ ପ୍ରକାଶକମାନେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଥିବା ଇଙ୍କ୍ଫେଷ୍ଟ୍ ସଭାପତି ସ୍ୱାଧୀନ କୁମାର ମେହେର ସୂଚନା ଦେଇଛନ୍ତି । ଏହା ବ୍ୟତିତ ମେଳାର ପ୍ରତ୍ୟେକ ସନ୍ଧ୍ୟାରେ ଆୟୋଜିତ ହେବାକୁ ଥିବା ଆଲୋଚନାଚକ୍ରରେ ସ୍ଥାନୀୟ ସମସ୍ୟା, ସଂସ୍କୃତି, ଶିକ୍ଷା, ବିକାଶ ପ୍ରକ୍ରୀୟା ଓ ସାହିତ୍ୟ ଆଦି ବିଷୟବସ୍ତୁ ଉପରେ ବିଶେଷଜ୍ଞ ବକ୍ତା ମାନେ ଯୋଗଦାନ କରିବାକୁ ସଦୟ ସ୍ୱୀକୃତି ପ୍ରଦାନ କରିଛନ୍ତି । ପ୍ରତ୍ୟେକ ଅପରାହ୍ନରେ ବିଶେଷ ଧରଣର ପ୍ରତିଯୋଗିତା ତଥା ଶିକ୍ଷଣଧର୍ମୀ ଓ ସଚେତନତାଧର୍ମୀ କାର୍ଯ୍ୟକ୍ରମମାନ ମଧ୍ୟ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଥିବା ଇଙ୍କ୍ଫେଷ୍ଟ୍ ସମ୍ପାଦକ ଅମ୍ବୁଜ ବିହାରୀ ଶତପଥି ସୂଚନା ଦେଇଛନ୍ତି । ଜିଲାର ଏହି ସାରସ୍ୱତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜନସାଧାରଣ, ଶିକ୍ଷକ, ଶିକ୍ଷୟତ୍ରୀ, ବୁଦ୍ଧିଜିବୀ ତଥା ପ୍ରତ୍ୟେକ ବର୍ଗର ବ୍ୟକ୍ତିବିଶେଷ ସମ୍ପୃକ୍ତ ରହିବାକୁ ଇଙ୍କ୍ଫେଷ୍ଟ୍ ର ଉପ ସଭାପତି ଗତିକୃଷ୍ଣ ମିଶ୍ର, ଯୁଗ୍ମ ସମ୍ପାଦକ ଡ.ଦେବାଶିଷ ପାଣ୍ଡିଆ, କୋଷାଧ୍ୟକ୍ଷ ପ୍ରଭୁଦତ୍ତ ରଥ, ବରିଷ୍ଠ ସଦସ୍ୟ ବ୍ରଜମୋହନ ଦାନୀ, ଗୌରୀଶ୍ୟାମ ପଣ୍ଡା, ଡ.ଜ୍ୟୋତିରଞ୍ଜନ ବହିଦାର, ଆର୍ତ୍ତତ୍ରାଣ ବାବୁ, ପ୍ରଦୀପ ପୁରୋହିତ, ଗୋବିନ୍ଦ ମହାରଣା, ନାଟ୍ୟଶ୍ରୀ ଗଦାଧର ବାରିକ, ଡ.ପୁରୁଷୋତ୍ତମ ମିଶ୍ର, ସୌରଭ ରଞ୍ଜନ ଖମାରୀ, ଶ୍ୟାମା ଓଁ ପ୍ରସାଦ ମିଶ୍ର, ବେଣୁଧର ପ୍ରଧାନ, ଘାସିରାମ ପଣ୍ଡା, ରଘୁମଣୀ ଦେହୁରୀ, ଲକ୍ଷ୍ମୀନାରାୟଣ ସାହୁ, ରାଜିବ କୁମାର ନାୟକ, ସୁରେଶ ଦାସ, ପ୍ରଦ୍ୟୁମ୍ନ ସାହୁ, ଦେବାଶିଷ ପ୍ରଧାନ,ଉଦିତ କୁମାର ବାବୁ, ସୁରେଶ ପ୍ରଧାନ, ରଞ୍ଜିତା ପଣ୍ଡା ପ୍ରମୁଖ ଅନୁରୋଧ କରିଛନ୍ତି ।

ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.