ପ୍ରଧାନମନ୍ତ୍ରୀ ସଡକରେ ନିମ୍ନ ମାନର କାମ ଅଭିଯୋଗ

କାମ ନସରୁଣୁ ରାସ୍ତା ରୁ ଉଠିଲା ପିଚୁ, ନିମ୍ନ ମାନର କାମକୁ ନେଇ ଅଧିକାରିଙ୍କ ତଦନ୍ତ

Omkar Vasthu
Omkar Vasthu

ଧର୍ମଗଡ,୧୨/୫: କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ କେନ୍ଦୁଗୁଡା ଠାରୁ ପାଇକପଡ଼ା ଭାୟା ଜୟନ୍ତପୁର ପର୍ଯ୍ୟ ନିର୍ମାଣଧିନ ପ୍ରଧାନମନ୍ତ୍ରୀ ସଡକରେ ନିମ୍ନ ମାନର କାମ ହେଉଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଏହି ରାସ୍ତାର ଅଟକଳ ମୁଲ୍ଯ ୪ କୋଟି ୯୦ ଲକ୍ଷ ୬୫ ହଜାର ଓ ରାସ୍ତାର ମୋଟ ଦୁରତା ୧୫ କିମି ୭୦୦ ମିଟର । ଅଞ୍ଚଳବାସୀଙ୍କ ଅଭିଯୋଗ ହେଲା, ଆରମ୍ଭରୁ ହିଁ ଏହି ରାସ୍ତାର ନିର୍ମାଣ କାମ ନିମ୍ନମାନର ହୋଇ ଆସୁଥିଲା । ତେବେ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁ ନଥିଲେ । ଫଳରେ ଠିକାଦାର ମନମୁଖୀ କାର୍ଯ୍ଯ କରି ଚାଲିଛନ୍ତି ବୋଲି ସ୍ଥାନିୟ ଲୋକ ପ୍ରକାଶ କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ତେବେ ସନ୍ଧ୍ୟା ସମୟରେ ଉକ୍ତ ରାସ୍ତାଟିର ପିଚୁ କାର୍ଯ୍ଯ କରା ଯାଇଥିବା ବେଳେ ୨୪ ଘଣ୍ଟା ନପୁରୁଣୁ ହାତ ମାରିଲେ ପରସ୍ତ ପରସ୍ତ ପିଚୁ ଝଡି ଯାଉଛି । ଏମିତି ନିମ୍ନ ମାନର କାମ କୁନେଇ ବିରୋଧ କରିବା ସହ ଘଟଣା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଫୋନ ଯୋଗେ ଜଣାଇଥିଲେ ଗ୍ରାମବାସୀ । ତେବେ ବିଭାଗୀୟ ଅଧିକାରୀ ଙ୍କସହ ସହକାରୀ ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟସ୍ଥଳରେ ପହଞ୍ଚି ପିଚୁ କାର୍ଯ୍ଯ ନିରିକ୍ଷଣ କରିଥିବା ଜଣାପଡିଛି ।

ଧର୍ମଗଡ ପ୍ରତିନିଧି ଲବଣୀ ରାଉତଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.