ଲାଞ୍ଜିଗଡ,୧୨/୫: ସିକେରକୁପା ଫାଣ୍ଡି ଅଧିକାରୀ ରାଜେନ୍ଦ୍ର କୁମାର ପଟ୍ଟନାୟକ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୫୦,୧୦୦ ଟଙ୍କା ପ୍ରଦାନ କରାଯାଇଛି। ଫାଣ୍ଡି ଅଧିକାରୀ ଶ୍ରୀ ପଟ୍ଟନାୟକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବାତୁଳା ଗଙ୍ଗାଧରଙ୍କ କାର୍ଯ୍ୟଳୟକୁ ଯାଇ ସାକ୍ଷାତ କରି ତାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୫୦,୧୦୦ ଟଙ୍କାର ଚେକ ପ୍ରଦାନ କରିଛନ୍ତି। ସିକେରକୁପା ଫାଣ୍ଡି ଅଞ୍ଚଳର ଲାଞ୍ଜିଗଡ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ,କମର୍ଦ୍ଧାର ନିରାକାର ବୁଦ୍ଧିଆ, ପିପଲ ପଡାର ମଣ୍ଟୁ ମିଶ୍ର, କିଡିଙ୍ଗର ଗୁଣ ବଗର୍ତ୍ତି, ମୁଣ୍ଡା ଗାଁର ବିରାଜ ପନ୍ଦର ଓ ହରିଷ ଚନ୍ଦ୍ର ବୁଦ୍ଧିଆ ପ୍ରମୁଖ ଏହି ମହତ କାର୍ଯ୍ୟରେ ଅର୍ଥ ସହଯୋଗ କରିଥିଲେ।