ନେତାଜୀ ସୁବାଷ ବୋଷଙ୍କ ୧୨୪ତମ ଜନ୍ମ ଜୟନ୍ତୀ ପାଳିତ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଲା ବିଷମକଟକ ସହରରେ ସ୍ୱାଧୀନତାସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ଜୟନ୍ତି ନେତାଜୀ ସାଂସଦ ତରଫରୁ ନିରାଡମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜାତି ଓ ଜନ ଜାତି କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଓ ସମ୍ମାନିତ ଅତିଥି ଭବେ ବିଜୁ ସ୍ୱାସ୍ଥ କଲ୍ୟାଣ ଉପଦେଷ୍ଠା ସୁଧୀରୀ କୁମାର ଦାଶ ଯୋଗ ଦେଇଥିଲେ । ନେତାଜୀ ସାଂସଦ ତରଫରୁ ଖ୍ରୀଷ୍ଟୟାନ ମେଡିକାଲ ଛକ ନିକଟରେ ନବ ନର୍ମିତ ନେତାଜୀ ପ୍ରତିମୂର୍ତ୍ତି କୁ ଅନାବାରଣ କରିବା ସହ ଉକ୍ତ ମେଡିକାଲ ଛକ କୁ ନେତାଜୀ ଛକ ନାମରେ ନାମିତ କରିଥିଲେ । ତାପରେ ନେତାଜୀ ସାଂସଦ ପରିସରରେ ଖୋଲାଯାଇ ଥିବା ବ୍ୟାୟାମ କେନ୍ଦ୍ର କୁ ମନ୍ତ୍ରୀ ଉଦଘାଟନ କରିଥିଲେ । ଏହି ଅଵସରରେ ଏକ ରକ୍ତଦାନ ଶିବିର ଏଠାରେ ଆୟୋଜନ ମଧ୍ୟ କରାଯାଇଥିଲା । ଏହି ଶିବିରରେ ନେତାଜୀ ସାଂସଦ ର ସଦ୍ୟସ ଓ ଇଚ୍ଛୁକ ଯୁବକ ମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ।


ଏହି ଶିବିରରେ ୨୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ନେତାଜୀ ସୁବାଷ ଚନ୍ଦ୍ର ବୋଷ ୧୨୪ ତମ ଜୟନ୍ତୀ ଉପଲକ୍ଷେ ବକୃତା ଏବଂ ନାଚ ପ୍ରତିଯୋଗୀତା କରାଯାଇଥିଲା । ଏଥିରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ନେତାଜୀ ସାଂସଦ ତରଫରୁ ଆଜି ସଧାରଣ ସଭାରେ କୋଭିଡ୍ ଆକ୍ରାନ୍ତ ପରେ ସୁସ୍ଥ ହୋଇ ସ୍ୱେଚ୍ଛକୃତ ଭାବେ ପ୍ଲାଜମା ଦାନ କରିଥିବା ୪ ଜଣଙ୍କୁ ଏବଂ ବିଷମକଟକର ଅବସର ପ୍ରାପ୍ତ ସେନା କର୍ମଚାରୀ ଙ୍କୁ ମୁଖ୍ୟ ଅତିଥି ସ୍ନମାନିତ କରିଥିଲେ । ଏଥିସହ ବିଷମ କଟକର ଖ୍ରୀଷ୍ଟଆନ ହସ୍ପିଟାଲର ପୂର୍ବତନ ସୁପରଟେଣ୍ଟ ଡ଼: ପଦ୍ମାଶ୍ରୀ ସାହୁକୁ ତାଙ୍କର ବିଛିର୍ଣ୍ଣ ସେବା ପାଇଁ ତାଙ୍କୁ ସମ୍ମାନିତ କରାଯାଇଥିଲା । ଏଥି ସହିତ ମନ୍ତ୍ରୀ ଶ୍ରୀ ସାରକା ନେତାଜୀ ସାଂସଦ ର ଗୃହ ନିର୍ମାଣ ପାଇଁ ନିଜସ୍ୱ ପାଣ୍ଠିରୁ ୧୦ ଲକ୍ଷଟଙ୍କା ପ୍ରଦାନ କରିବା ନିମନ୍ତେ ସଭାରେ ଘଷଣା କରିଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣର ଉପଦେଷ୍ଟା ବିଷମକଟକ ବ୍ଲକରେ ମାଗଣା ଆମ୍ବୁଲେନ୍ସ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଏକ ଆମ୍ବୁଲେନ୍ସ ନେତାଜୀ ସାଂସଦକୁ ପ୍ରଦାନ କରିବା ନିମନ୍ତେ ଘୋଷଣା କରିଥିଲେ ।


ଏହି ଆମ୍ବୁଲେନ୍ସର ସମସ୍ତ ତୈଳ ବାବଦରେ ବିଷମକଟକ ବସ ୟୁନିୟନ ବହନ କରିବ ଏବଂ ରକ୍ଷଣବେକ୍ଷଣ ଖର୍ଚ୍ଚ ବାବଦକୁ ପୂର୍ବତନ ସେନା କର୍ମଚାରୀ ଅମୂଲ୍ୟ ଆଚାର୍ଯ୍ୟ ମାସକୁ ତିନି ହଜାର ଟଙ୍କା ଦେବେ ବୋଲି ସଭାରେ ଘୋଷଣା କରିଥିଲେ । ନେତାଜୀ ସାଂସଦ ର ସଭାପତି ପୃଥ୍ବୀରାଜ ସାହୁ, ସମ୍ପାଦକ ଦେବୀ ପ୍ରସାଦ ପଟ୍ଟନାୟକ, ଶଶୀ ପଟ୍ଟନାୟକ, ଶିବରାମ ନାୟକ, ସନ୍ତୋଷ କୁମାର ନାୟକ, ଉମା ସାହୁ ସମେତ ନେତାଜୀ ସାଂସଦର ୫୫ ଜଣ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସମ୍ପାଦନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.