ମୃତ ଜଗନ୍ନାଥଙ୍କ ପରିବାରକୁ ବେଦାନ୍ତ ମେଡିକାଲ ପକ୍ଷରୁ ସହାୟତା ପ୍ରଦାନ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ରୋଡ଼ ରେଳଷ୍ଟେସନର ସିକେରକୁପା ଫାଟକ ପାଖରେ ଗତ ୪ ତାରିଖ ଦିନ ଲାଞ୍ଜିଗଡ ବେଦାନ୍ତ ମେଡ଼ିକାଲରେ ଚାକିରୀ କରୁଥିବା ଜଗନ୍ନାଥ ବାଗ(୪୭)ଙ୍କ ମୃତ ଦେହ ଠାବ ହୋଇଥିଲା। ସେ ଟ୍ରେନ ଧକ୍କାରେ ମୃତ୍ୟୁବରଣ କରିଥିବା ସଂଦେହ କରାଯାଇଥିଲା। ସେ ଭବାନୀପାଟଣା ଗୌଟିଆ ପଡାର ହୋଇଥିବା ବେଳେ ସେ ୨୦୦୫ ମସିହାରୁ ଲାଞ୍ଜିଗଡ ବେଦାନ୍ତ ମେଡ଼ିକାଲରେ ଚାକିରୀ କରିଆସୁଥିଲେ। ରବିବାର ଲାଞ୍ଜିଗଡ ବେଦାନ୍ତ ମେଡ଼ିକାଲ ପକ୍ଷରୁ ଭବାନୀପାଟଣା ଜଗନ୍ନାଥଙ୍କ ଘରକୁ ଯାଇ ସ୍ତ୍ରୀଙ୍କୁ ସମବେଦନା ଜଣାଇବା ସହ ସୁଧୀକାର୍ୟ୍ଯ ପାଇଁ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ।

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBar.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.