କରୋନା ଟୀକା ସଚେତନତା ରଥର ଶୁଭାରମ୍ଭ

ରାମନାଗୁଡା: ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ କରନା ଟୀକା ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି। ଡାକ୍ତର ଦେବାଶିଷ ପଣ୍ଡା ଆନୁଷ୍ଠାନିକ ଭାବେ ଏହି ସଚେତନତା ରଥର ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭାରପ୍ରାପ୍ତ ଡାକ୍ତର ଅନୀଲ ବେହେରା, ଭାଗବତ ପ୍ରସାଦ ପାଢ଼ୀ, ସିଦ୍ଧାର୍ଥ ମଲ୍ଲିକ, ପିଏଚଇଓ ସଂଘମିତ୍ରା ମହାପାତ୍ର, ବିପିଏମ କମଳା କର ରାଓ, ସ୍ୱାସ୍ଥ୍ୟ ପରିଦର୍ଶକ ହରିହର ହାଲୁଆ, ହରିବନ୍ଧୁ ମୁଟିକା, ମହିଳା ସ୍ୱାସ୍ଥ୍ୟ କର୍ମୀ ସମେତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ, ରାମନାଗୁଡା ବ୍ଲକର ୧୨ଟି ପଂଚାୟତ ଓ ୨୧୮ ଟି ଗ୍ରାମକୁ ଏହି ସଚେତନତା ରଥ ୪ ଦିନ ଧରି ପରିକ୍ରମା କରିବ। ୪୫ବର୍ଷରୁ ଅଧିକା ବ୍ୟକ୍ତିମାନେ କରୋନା ଟିକା ସମନ୍ଧରେ ସଚେତନତା ସୃଷ୍ଟି କରିବ। ଏହାସହ କରୋନାର ଦ୍ବିତୀୟ ଲହରକୁ ପ୍ରତିହତ କରିବାପାଇଁ ମାକ୍ସ ଓ ସାନିଟାଇଜର ବ୍ୟବହାର, ସାମାଜିକ ଦୂରତା ଓ ଜରୁରୀ ଅନୁଭୁତ ହେଲେ କରୋନା ପରିକ୍ଷା କରାଇନେବା ଆଦି ବିବିଧ ବିଷୟରେ ଏହି ରଥ ଜନ ସଚେତନା ସୃଷ୍ଟି କରିବ ବୋଲି ଜଣାପଡିଛି।

ରାମନାଗୁଡାରୁ ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.