କାର୍ଯ୍ୟରେ ଯୋଗଦେଲେ କଳାହାଣ୍ଡି ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି

ଭବାନୀପାଟଣା: କଳାହାଣ୍ଡି ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ପ୍ରଫେସର ଡ. ସଞ୍ଜୟ କୁମାର ଶତପଥୀ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଅବସରପ୍ରାପ୍ତ ପ୍ରଫେସର ଡ. ଶତପଥୀଙ୍କର ୧୩ଟି ପାଠ୍ୟ ପୁସ୍ତକ ସମେତ ୨୪ଟି ପୁସ୍ତକ ପ୍ରକାଶିତ। ତାଙ୍କର ୩୬ ବର୍ଷରୁ ଅଧିକ ଶିକ୍ଷାଦାନ ଅଭିଜ୍ଞତା ଅଛି ଏବଂ ସେ ୨୦ଟି ପିଏଚଡି ଲାଗି ସଫଳତାର ସହ ଛାତ୍ରମାନଙ୍କୁ ମାର୍ଗଦର୍ଶନ କରିସାରିଛନ୍ତି। ପୂର୍ବରୁ ସେ ଭବାନୀପାଟଣା ସ୍ବୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟାପନା କରିଥିବା ବେଳେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଅବସର ଗ୍ରହଣ କରିଛନ୍ତି। ଜଣେ ଆକାଶବାଣୀ ଓ ଦୂରଦର୍ଶନ ଉପସ୍ଥାପକ ଭାବେ ମଧ୍ୟ ତାଙ୍କର ବେଶ୍ ପରିଚିତି ରହିଛି। ଶ୍ରୀ ଶତପଥୀ ଏଠାରେ ଯୋଗଦେବା ପରେ ତାଙ୍କର ପୂର୍ବତନ ଛାତ୍ରଛାତ୍ରୀଙ୍କ ସମେତ ଜିଲ୍ଲାର ଲେଖକ, କଳାକାର, ଶିକ୍ଷାବିତ, ବୁଦ୍ଧିଜୀବୀ ମହଲରେ ଖୁସିର ଲହରୀ ଖେଳିଯାଇଛି। ତାଙ୍କୁ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ, କଳାହାଣ୍ଡି ଯୁବ ଲେଖକ ସମାବେଶ ସମେତ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ସ୍ୱାଗତ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.