ଓଡ଼ିଆ ଅଧିକାରୀ ପାଇଲେ ବିଶ୍ଵ ଜ୍ଞାନ ନୋବେଲ ପୁରସ୍କାର – ୨୦୨୧

ଭୁବନେଶ୍ୱର: ବିଶ୍ବର ମାନବିକ ଅଧିକାର ଶାନ୍ତି ଦୂତ ସଂସ୍ଥା ଏବଂ ବିଶ୍ଵ ଶାନ୍ତି କାଉନସିଲ୍ ମିଳିତ ଭାବେ ବିଶ୍ଵର ଜ୍ଞାନୀ ବ୍ୟକ୍ତିଙ୍କ ପାଇଁ ନୋବେଲ ପୁରସ୍କାର ଘୋଷଣା କରିଛନ୍ତି। ଓଡ଼ିଶା ଅର୍ଥ ସେବାର ବରିଷ୍ଠ ଅଧିକାରୀ ସଂଗ୍ରାମ କେଶରୀ ସାମନ୍ତରାୟ ଏହି ମର୍ଯ୍ୟାଦାଜନକ ପୁରସ୍କାର ପ୍ରାପ୍ତ ହୋଇଛନ୍ତି। ସଂଗ୍ରାମ କେଶରୀ ସାମନ୍ତରାୟଙ୍କୁ ବିଶ୍ଵର ଜ୍ଞାନୀ ବ୍ୟକ୍ତି ମାନ୍ୟତା ଦେଇ ଉକ୍ତ ଦୁଇଟି ସଂସ୍ଥା ମିଳିତ ଭାବେ ‘ବିଶ୍ବ ଜ୍ଞାନ ନୋବେଲ ପୁରସ୍କାର’- ୨୦୨୧ ପ୍ରଦାନ କରିଛନ୍ତି।

Omkar Vasthu
Omkar Vasthu


ଗଣ ମାଧ୍ୟମ ଏବଂ ସାମାଜିକ ଗଣ ମଧ୍ୟମରେ ଭାଷା ସାହିତ୍ୟର ବିଭିନ୍ନ ବର୍ଗରେ କୃତିତ୍ୱ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମରେ ଅନେକ ଭିଡିଓ ଏବଂ ଲେଖା ଆନୁଷ୍ଠାନିକ ଭାବେ ପତ୍ରପତ୍ରିକାରେ ପ୍ରକାଶିତ ବିଭିନ୍ନ ଭାଷାର ଲେଖାକୁ ଗୁରୁତ୍ବ ଦେଇ ଏହି ଚୟନ କରାଯାଇଛି।

Pearl dental clinic
Near Ashish Medical Store, Bhawanipatna


ଓଡ଼ିଶାର ସବୁ ଜିଲ୍ଲାର ସାହିତ୍ୟ ଅନୁଷ୍ଠାନ ସମାଜ, ସେବା ଅନୁଷ୍ଠାନ, ସରକାରୀ ଏବଂ ବେସରକାରୀ କାର୍ଯ୍ୟକ୍ରମରେ ବିଭିନ୍ନ ସାରଗର୍ଭକ ବକ୍ତବ୍ୟର ଅନୁଶୀଳନ କରାଯାଇଥିଲା। ପୂର୍ବରୁ ଶାନ୍ତି ଏବଂ ମାନବିକ ଅଧିକାରର ସୁରକ୍ଷା ପାଇଁ ଶ୍ରୀଯୁକ୍ତ ସାମନ୍ତରାୟଙ୍କୁ ଅନେକ ଉପାଧି ଓ ସମ୍ମାନରେ ଭୂଷିତ କରାଯାଇଛି। ଏହି ସମ୍ମାନ ପାଇବା ପରେ ସେ ବହୁତ ଆନନ୍ଦିତ ବୋଲି ପ୍ରକାଶ କରିଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.