କୋଭିଡ କଟକଣାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ସଂଗଠନ ସହ ବୈଠକ କଲେ ଜିଲ୍ଳାପାଳ

ନିୟମ ଉଂଲଘନ ହେଲେ କାର୍ଯ୍ୟାନୁଷ୍ଠାନ -ଜିଲ୍ଳାପାଳ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳାରେ ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଳାପାଳ ସରୋଜ କୁମାର ମିଶ୍ର କୋଭିଡ କଟକଣାକୁ କଡାକଡି ଭାବେ ପାଳନ କରିବା ନିମନ୍ତେ ବିଭିନ୍ନ ସଂଗଠନ ସହିତ ବୈଠକ କରି ଆଲୋଚନା କରିଛନ୍ତି । ବିଶେଷ କରି ଘରୋଇ ବସ ମାଲିକ ସଂଘ, ଅଟୋ ମାଲିକ ସଂଘ, ଟାକ୍ସି ମାଲିକ ସଂଘ,ଧାର୍ମିକ ଅନୁଷ୍ଠାନର ଧର୍ମଜାଜକ,କ୍ଷୁଦ୍ର ଉଦ୍ୟୋଗ ମାଲିକ ପ୍ରମୁଖଙ୍କ ସହ ଆଲୋଚନା କରିଛନ୍ତି । ବାହାର ରାଜ୍ୟରୁ ଜିଲ୍ଳାକୁ ଯାତ୍ରୀମାନେ ଆସୁଥିବାରୁ ଆସନ୍ତା ଏପ୍ରିଲ ୧୯ତାରିଖ ଠାରୁ ଆନ୍ତଃରାଜ୍ୟ ବସ ସେବାକୁ ବନ୍ଦ କରାଯିବା ନେଇ ବୈଠକରେ ସ୍ଥିର ହୋଇଛି । ରାଜ୍ୟ ଭିତରେ ଗାଡିଗୁଡିକ ଚାଲୁ ରହିବ ଏବଂ ବସ ମାଲିକମାନେ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବାକୁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଥିଲେ । ବସଗୁଡିକକୁ ନିୟମିତ ସାନିଟାଇଜ କରିବା ସହ ସମସ୍ତ ଯାତ୍ରୀ ମାସ୍କ ପରିଧାନ ଜରୁରୀ ଏବଂ କୈାଣସି ଯାତ୍ରୀ ଠିଆ ହୋଇ ଯିବାକୁ ବାରଣ କରାଯାଇଛି । ସେହିପରି ଅଟୋରିକ୍ସା ଓ ଟାକ୍ସିରେ କେବଳ ଦୁଇଜଣ ଯାତ୍ରୀ ଯାଇପାରିବେ ନଚେତ କୋଭିଡ ନିୟମ ଉଂଲଘନ ଅଭିଯୋଗରେ ଜୋରିମାନା ଆଦାୟ ସହ ଆବଶ୍ୟକ ହେଲେ ଲାଇସେନ୍ସ ରଦ୍ଧ କରିଦଆଯିବାର ଚେତାବନୀ ଶୁଣାଇଛନ୍ତି ଜିଲ୍ଳାପାଳ । ଅପରପକ୍ଷେ ଜିଲ୍ଳାରେ ଥିବା ହୋଟେଲଗୁଡିକରେ ବାହାର ଜିଲ୍ଳାରୁ ଆସୁ ରହୁଥିବା ଯାତ୍ରୀମାନଙ୍କ ଦୈନିକ ସୂଚନା ହୋଟେଲ ପରିଚାଳକମାନେ ରଖିବା ସହ କୋଭିଡ ନିୟମକୁ ପାଳନ କରିବା ପାଇଁ ଯାତ୍ରୀଙ୍କୁ ସଚେତନ କରିବେ । ବିନା ମାସ୍କରେ କୈାଣସି ବି ଯାତ୍ରୀ ରହି ପାରିବେ ନାହିଁ ବୋଲି ଜିଲ୍ଳାପାଳ କହିଛନ୍ତି । ସେହିପରି ହୋଟେଲ କର୍ମଚାରୀମାନଙ୍କ ସହ ଯାତ୍ରୀମାନଙ୍କ ମିଳାମିଶା ନ କରିବା ଏବଂ ପ୍ରଥମେ କୋଭିଡ ପରୀକ୍ଷା ରିପୋର୍ଟ ଦାଖଲ କରିବେ ଏବଂ ହୋଟେଲକୁ ଆସୁଥିବା ଯାତ୍ରୀମାନଙ୍କ ଥର୍ମାଲ ସ୍କାନିଂ କରିବେ ବୋଲି କୁହାଯାଇଛି । ଯଦି ନିୟମ ଉଂଲଘନ ହୁଏ ତାହାହେଲେ କାର୍ଯ୍ୟାନୁଷ୍ଠାନ ପୂର୍ବକ ହୋଟେଲ ସିଲ କରିଦିଆଯିବ ବୋଲି ଜିଲ୍ଳାପାଳ ବୈଠକରେ ନିର୍ଦ୍ଦେଶ କରିଛନ୍ତି । ଜିଲ୍ଳାରେ ଥିବା ସମସ୍ତ ରେଷ୍ଟୁରାଂଟ ରାତ୍ର ୯ଘଟିକାରେ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ସେହିପରି ଜିଲ୍ଳାର ଧାର୍ମିକ ଅନୁଷ୍ଠାନଗୁଡିକରେ କେବଳ ନୀତିକାନ୍ତିରେ ସୀମତି ରଖିବାକୁ ଜିଲ୍ଳାପାଳ ଗୁରୁତ୍ୱ ଦେଇଥିଲେ ଏବଂ ସମସ୍ତ ଶ୍ରଦ୍ଧାଳୁମାନଙ୍କୁ କୋଭିଡ କଟକଣା ମାନିବାକୁ ପଡିବ ବୋଲି କହିଥିଲେ । ମନ୍ଦିର,ମସଜିଦ ଓ ଗୀର୍ଜାଗୁଡିକ ନିୟମିତ ବିଶୋଧନ ସହ କୋଭିଡ ନିୟମ ପାଳନ ଉପରେ ଜିଲ୍ଳାପାଳ ଗୁରୁତ୍ୱାରୋପ କରିଥିଲେ । ସେହିପରି ସିନେମା ହଲରେ ମଧ୍ୟ ମାତ୍ର ୫୦ପ୍ରତିଶତ ଦର୍ଶକରେ ହଲ ଚାଲିବାକୁ ଜିଲ୍ଳାପାଳ ପ୍ରକାଶ କରିଥିଲେ । ଜିଲ୍ଳାର ଛୋଟ ଛୋଟ ଉଦ୍ୟୋଗଗୁଡିକ ମଧ୍ୟ କୋଭିଡ ନିୟମ ମଧ୍ୟରେ କାର୍ଯ୍ୟ କରିବାକୁ ଜିଲ୍ଳାପାଳ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପଣ୍ଡା, ପିଡି-ଡିଆରଡିଏ ମହେଶ୍ୱର ନାୟକ, ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ଉମାଶଙ୍କର ବେହେରା, ପୈାର ନିର୍ବାହୀ ଅଧିକାରୀ ୟାସିଦ ବିଲାଲ ଅହମ୍ମଦ ପ୍ରମୁଖ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.