ବିମଳାଠାରେ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ

ଜୟପାଟଣା, (ଧନେଶ୍ଵର ପୁଞ୍ଜି): ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଁ କୁ ଗାଁ ବୁଲି ସତନ୍ତ୍ର କୋଭିଡ ଟୀକା କରଣ କାର୍ଯ୍ୟକ୍ରମମାନ ଆୟୋଜିତ କରାଯାଉଛି। ଏହି ପରିପ୍ରେକ୍ଷୀରେ ଭଇରିପାଲି ସରପଂଚ ଥବିର ବାଗଙ୍କ ପ୍ରଚେଷ୍ଟାରେ ବିମଳା ଗ୍ରାମ ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଥମ ଓ ଦ୍ବିତୀୟ ଡୋଜ କୋଭିଡ ଟୀକା କରଣ ସକାଳ ୯ ଘଣ୍ଟା ଠାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ୧୫୦ ଜଣଙ୍କୁ ଟୀକା କରଣ କରାଯାଇଥିଲା। ଏହି କୋଭିଡ ଟୀକାକରଣ କାର୍ଯ୍ୟକ୍ରମଟିକୁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କର୍ମକର୍ତ୍ତା ପରିଚାଳନା କରିଥିଲେ। ଏଥିରେ ଏଏନ୍ଏମ୍ ସୁଶ୍ରୀ ଜୟନ୍ତୀ ବାଣୁଆ, ବିମଳା ଗାଁର ଅଙ୍ଗନବାଡ଼ି କର୍ମୀ ବିନତା ବୁଦ୍ଧିଆ ଓ ଆଶା କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଟୀକା କରଣ କାର୍ଯକ୍ରମରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଏଥିରେ ପାଖ ଆଖ ଗାଁ ଭଇରି ପାଲି, କଦଳୀ ବାହୀଳି, ମୋହନ ଗୁଡା, ବିମଳାର ପୁରୁଷ ଓ ମହିଳା ଯୋଗଦାନ କରି ଟୀକା ଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.