ନେହେରୁ ଯୁବକେନ୍ଦ୍ର ରାୟଗଡା ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ପାଳିତ

ରାୟଗଡା, (ଶିବ ନାରାୟଣ ଗୈାଡ): ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ,ନେହେରୁ ଯୁବ କେନ୍ଦ୍ର ରାୟଗଡା ଓ ଏନଏସଏସ ୟୁନିଟ୍ ମହିଳା ମହାବଦ୍ୟିାଳୟ ଏବଂ ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟ ଆନୁକୂଲ୍ୟରେ ଜିଲ୍ଳସ୍ତରୀୟ ଆଜାଦି କା ଅମୃତ ମହୋତ୍ସବ ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ ୨.୦ କାର୍ଯ୍ୟକ୍ରମ ମହିଳା ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି । ରାୟଗଡା ସହରର ଗଜପତି ଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାସ୍ତା ଦେଇ ମହିଳା ମହାବିଦ୍ୟାଳୟ ପର୍ଯ୍ୟନ୍ତ ଫିଟ୍ ଇଣ୍ଡିଆ ରନ୍ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ମହିଳା ମହାବିଦ୍ୟାଳୟର ସଭାଗୃହରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିବା ସ୍ଥଳେ ବିଶିଷ୍ଠ ଶିକ୍ଷାବିତ୍ ଡା. ଦୁଷ୍ମନ୍ତ କୁମାର ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ । ସେହିପରି ସମ୍ମାନୀତ ଅତିଥି ଭାବରେ ଜିଲ୍ଲା କ୍ରୀଡା ଅଧିକାରୀ ସେଖ୍ ଅଲିନୁର, ଏନଏସଏସ ପ୍ରୋଗାମ୍ ଅଧିକାରୀ ଅଶୋକ ଚନ୍ଦ୍ର ସାହୁ ଓ ଗୃହ ବିଞାନ ବିଭାଗ ଅଧ୍ୟାପିକା ସରିତା ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।


କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ନେହୁରୁ ଯୁବ କେନ୍ଦ୍ରର ଲେଖା ଏବଂ କାର୍ଯ୍ୟକ୍ରମ ସହାୟକ ଦ୍ୱିତୀୟା ବନଛୋର ଆଲୋକପାତ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଆଜାଦି କା ୭୫ତମ ବର୍ଷ ପୂର୍ତି ଉପଲକ୍ଷେ ଦେଶର ପ୍ରଗତି ଏବଂ ସ୍ୱାଧୀନତା ସେନାନୀମାନଙ୍କର ବଳିଦାନ ସଂପର୍କରେ ଉପସ୍ଥିତ ପ୍ରତିଭାଗୀମାନଙ୍କୁ ଅବଗତ କରାଇଥିଲେ । ବିଶିଷ୍ଠ ଅତିଥିମାନେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିଭାଗୀମାନେ କେମିତି ଶାରୀରିକ ଓ ମାନସିକ ସ୍ତରରେ ଫିଟ୍ ରହି ରାଷ୍ଟ୍ର ଗଠନରେ ସହଭାଗି ହେବା ପାଇଁ ମାର୍ଗଦର୍ଶନ କରିଥିଲେ । ଜିଲ୍ଲାରୁ ବିଭିନ୍ନ ଅଂଚଳରୁ ପ୍ରାୟ ୧୫୦ଜଣ ପ୍ରତଭାଗୀ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିବା ବେଳେ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ଅର୍ଚ୍ଚନା ପଟ୍ଟନାୟକ ସଭାରେ ଏନଏସଏସ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇଥିବା ବେଳେ ପ୍ରତିମା ପଣ୍ଡା ସଭା ପରିଚାଳନା କରିଥିଲେ ଏବଂ ଅଶୋକ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ନେହେରୁ ଯୁବ କେନ୍ଦ୍ରର ଲକ୍ଷ୍ମୀ ନାରାୟଣ ସେଠୀ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.