ତ୍ରିଦିବସୀୟ ସଂକୁଳ ସ୍ତରୀୟ ଯୁବରେଡକ୍ରସ ତାଲିମ ଶିବିର ଉଦଯାପିତ

ଧର୍ମଗଡ: ସ୍ଥାନୀୟ ମଡର୍ଣ୍ଣ ଡିଗ୍ରୀ ମହାବିଦ୍ୟାଳୟ ଠାରେ ତ୍ରିଦିବସୀୟ ସଂକୁଳ ସ୍ତରୀୟ ଯୁବରେଡକ୍ରସ ତାଲିମ ଶିବିର ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟର ସଭାପତି ଡ. ପ୍ରଶାନ୍ତ କୁମାର ଯୋଶୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ସଭାରେ ପଂଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ କାଳୀୟ ଗଞ୍ଜନ ସାହୁ ମୁଖ୍ୟଅତିଥି, ଲକ୍ଷୀରାମ ମହାବିଦ୍ୟାଳୟ ବେହେରାର ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକ ମୁଖ୍ୟବକ୍ତା, କଳାହାଣ୍ଡି ଜିଲ୍ଲା ଯୁବରେଡକ୍ରସ ଆବାହକ ସଂପାଦକ ସଂଜୀବ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିବିରାର୍ଥୀ ମାନଙ୍କୁ ତିନିଦିନରେ ଆହରଣ ତାଲିମ ପ୍ରାପ୍ତ ଜ୍ଞାନକୁ ମାନବ କଲ୍ୟାଣରେ ବିନିଯୋଗ କରିବା ପାଇଁ ଆହ୍ବାନ ଦେଇଥିଲେ। ଡ. ନୃସିଂହାନନ୍ଦ ସାସମଲ ଅତିଥି ପରିଚୟ ପ୍ରଦାନ, ମହାବିଦ୍ୟାଳୟର ଅଧ୍ୟକ୍ଷା ଦୀପୀକା ରାଣି ଦାଶ ଧନ୍ୟବାଦ ଅର୍ପଣ କରିଥିଲାବେଳେ ଅଧ୍ୟାପକ ବଂଙ୍କିମ କୁମାର ମୁଣ୍ଡ ମଞ୍ଚ ପରିଚାଳନା କରିଥିଲେ। ଏହି ତିନିଦିବସୀୟ ତାଲିମ ଶିବିରରେ ରେଡକ୍ରସର ଇତିହାସ, ବିକାଶ, ଚିହ୍ନ, ବିପର୍ଯ୍ୟୟ ପରିଚାଳନା, ପ୍ରାଥମିକ ଚିକିତ୍ସା, ରକ୍ତଦାନର ମହତ୍ୱ, ଏଡସ୍ ନିରାକରଣ ଓ ସଡକ ସୁରକ୍ଷା ଇତ୍ୟାଦି ପ୍ରସଂଗରେ ବିଶେଷଜ୍ଞ ଭାବେ ସରୋଜ କୁମାର ପଣ୍ଡା, ସଂଜୟ କୁମାର ପୁରୋହିତ, ମୋହନ ଚରଣ ବିଷି, ଶାନ୍ତନୁ କୁମାର ପରିଡା, ଭବାନୀଶଙ୍କର ପଣ୍ଡା ଓ ସଂଜୀବ କୁମାର ସାହୁ ଶିକ୍ଷା ଓ ତାଳିମ ପ୍ରଦାନ କରିଥିଲେ। ଆୟୋଜିତ ତର୍କ, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଓ ଶିବିରର ଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବେ ମନୋନୀତ ସ୍ବଦେଶ ପାତ୍ରଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମ ପରିଚାଳନାରେ ସଂଜୀବ କୁମାର ମୁଣ୍ଡ, ରାଜେଶ କୁମାର ମୁଣ୍ଡ, ପ୍ରମୋଦ ମହାନ୍ତି, ଶାଶ୍ବତ କୁମାର ପଣ୍ଡା, ତନ୍ମୟ କୁମାର ପଣ୍ଡା, ଗୋଲାପ ନାଏକ, ଶୁଭସ୍ମିତା ପଣ୍ଡା, ଲିପିକା ନାଏକ, ଭାଗ୍ୟଶ୍ରୀ ନାଏକ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ। ଉକ୍ତ ଶିବିରରେ ପଂଚାୟତ ମହାବିଦ୍ୟାଳୟ, ଯୁକ୍ତଦୁଇ ଓ ଯୁକ୍ତତିନି ମହିଳା ମହାବିଦ୍ୟାଳୟ ଧର୍ମଗଡ, ଲକ୍ଷୀରାମ ମହାବିଦ୍ୟାଳୟ ବେହେରା, ବର୍ଡର କଲେଜ କାଙ୍କେରୀ ଓ ଆୟୋଜକ କଲେଜର ପରାମର୍ଶଦାତା ଓ ସ୍ବେଚ୍ଛାସେବୀ ମାନେ ଅଂଶଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.