ଦେବଗିରି ମଠରେ ଜରୁରୀକାଳୀନ ବୈଠକ

● ତୁରନ୍ତ ଟ୍ରଷ୍ଟ ବୋର୍ଡ ଗଠନ ନେଇ ଉଠିଲା ଦାବୀ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଓଡିଶା ହିନ୍ଦୁ ଦେବୋତ୍ତର ବିଭାଗ ଅଧୀନରେ ଥିବା ଦେବଗିରି ମଠ ବୁଢିପଦରର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢିପଦର ସ୍ଥିତ ଦେବଗିରି ମଠ ପରିସରରେ ମଠର ସେବାୟତ ଦୁର୍ବାଦଳ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଟ୍ରଷ୍ଟ ବୋର୍ଡ ଗଠନ ନେଇ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। ସେବାୟତ ଶ୍ରୀ ଦାସ ବୈଠକରେ ମତ ପ୍ରକାଶ କରିଛନ୍ତି ଯେ, ପୂର୍ବରୁ ଦେବଗିରି ମଠରେ ଟ୍ରଷ୍ଟବୋର୍ଡ ଥିବାବେଳେ ୨୦୦୮ରେ ଏହା ଭାଙ୍ଗିଯାଇଛି। ପୂର୍ବରୁ ଦେବୋତ୍ତର ବିଭାଗକୁ ଟ୍ରଷ୍ଟ ବୋର୍ଡ ଗଠନ ପାଇଁ ସୁପାରିଶ କରାଯାଇଛି ଏବଂ ବିଭାଗ ପକ୍ଷରୁ ମଧ୍ୟ ପ୍ରକ୍ରୀୟା ଜାରି ରହିଥିବା ଜଣାପଡିଛି। ଯେହେତୁ ପୂର୍ବରୁ ଟ୍ରଷ୍ଟ ବୋର୍ଡ ଥିଲା ତେଣୁ ଅତିଶିଘ୍ର ନୂତନ ଟ୍ରଷ୍ଟବୋର୍ଡ ଗଠନ କରାଯାଉ ବୋଲି ଶ୍ରୀ ଦାସ କହିଥିଲେ।


ଗ୍ରାମର ଗୈାନ୍ତିଆ କୁବେର ମାଝୀ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନ, ଗଜାନନ ସାଂସ୍କୃତିକ ଅନୁଷ୍ଠାନ, ମାଁ ତାରିଣୀ ସାଂସ୍କୃତିକ ଅନୁଷ୍ଠାନ, ଦେବଗିରି ମଠ ସୁରକ୍ଷା ସମିତି ସମେତ ଗ୍ରାମବାସୀମାନେ ମଧ୍ୟ ମଠରେ ଟ୍ରଷ୍ଟବୋର୍ଡ ଗଠନ ସପକ୍ଷରେ ମତ ଦେଇଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, ପ୍ରାଚୀନ ମହାକନ୍ତାର ସଭ୍ୟତାର ସ୍ମାରକୀ ବହନ କରୁଥିବା ଦେବଗିରି ମଠ ୧୮୮୩ ମସିହାରେ ସ୍ଥାପିତ ହୋଇଥିଲା। ଦେଶ ସ୍ବାଧୀନ ହେବାପରେ ଏହା ଓଡିଶା ହିନ୍ଦୁ ଦେବୋତ୍ତର ବିଭାଗ ଅଧୀନରେ ରହିଲା। ଏହାପରେ ମଠର ସୁପରିଚାଳନା ପାଇଁ ଟ୍ରଷ୍ଟ ବୋର୍ଡ ଗଠନ ହେଲା। ଦେବଗିରି ମଠର ମୋଟ ଭୂସଂପତ୍ତି ପରିମାଣ ୭୨ ଏକର ଥିବାବେଳେ ସେଥି ମଧ୍ୟରୁ ଟ୍ରଷ୍ଟ ବୋର୍ଡ ମାର୍ଫତରେ ୨୬ ଏକର ଜମି ରହିଛି। ତେବେ ୨୦୦୮ ମସିହାରୁ ଟ୍ରଷ୍ଟ ବୋର୍ଡ ଭାଙ୍ଗି ଯାଇଥିବାରୁ ମଠର ନିତି କାନ୍ତି ଓ ସଂପତ୍ତି ପରିଚାଳନାରେ ବିଭ୍ରାଟ ଦେଖାଦେଇଛି। ତେଣୁ ଅତିଶିଘ୍ର ମଠରେ ଟ୍ରଷ୍ଟବୋର୍ଡ ଗଠନ କରିବାକୁ ଗ୍ରାମବାସୀମାନେ ଦାବୀ କରିଛନ୍ତି। ଆଜିର ଏହି ବୈଠକକୁ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡାମାଝୀ ପରିଚାଳନା କରିଥିବାବେଳେ ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.