ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ଦ୍ୱାରା ସମ୍ବର୍ଦ୍ଧିତ ହେଲେ କବି ସାଗର କୁମାର

କଟକ: କଟକ ଜିଲ୍ଲାର ଅଗ୍ରଣୀ ସେବା ଅନୁଷ୍ଠାନ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ଦ୍ୱାରା କଟକର ସହୀଦ ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବଡ଼ମ୍ବା ଚଣ୍ଡିମଙ୍ଗଳ ମାଟିର ପୁଅ କବି ସାଗର କୁମାର ପରିଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ତାଙ୍କର ସାହିତ୍ୟ, ସେବା ଏବଂ ସାଂଗଠନିକ ଦକ୍ଷତା ପାଇଁ ଏହି ସମର୍ଦ୍ଧନା ଦିଆଯାଇଥିବା ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସମାରୋହରେ ବିଚାରପତି ମନୋରଞ୍ଜନ ମହାନ୍ତି ଶ୍ରୀ ପରିଡାଙ୍କୁ ଟ୍ରଫି, ମାନପତ୍ର ସହ ଉପଢୌକନ ଦେଇ ସମର୍ଦ୍ଧିତ କରିଥିଲେ। ଉକ୍ତ ଉତ୍ସବରେ ଅନୁଷ୍ଠାନର ସଭାପତି ମନୋଜ କୁମାର ପଣ୍ଡା, ମୁଖ୍ୟ ଅତିଥି ରୂପେ ରୁଚି କମ୍ପାନୀରର ନିର୍ଦ୍ଦେଶକ ଶରତ କୁମାର ସାହୁ, ଉପଦେଷ୍ଟା ସଂଗ୍ରାମ କେଶରୀ ସାମନ୍ତରାୟ, ଚଳଚ୍ଚିତ୍ର ଅଭିନେତା କୁନା ତ୍ରିପାଠୀ, ବାରବାଟୀ ବିଧାୟକ ମହମ୍ମଦ ମୁକିମ୍, ଶଶାଙ୍କ ଶେଖର ମହାପାତ୍ର, ଅଭିନେତ୍ରୀ ଟ୍ଵିଙ୍କଲ ମିଶ୍ରଙ୍କ, ଭଳି ଅତିଥି ମାନେ ଉପସ୍ଥିତ ଥିଲେ। ଶ୍ରୀ ପରିଡା ବର୍ତ୍ତମାନ କବିତା ମିନାର ସାହିତ୍ୟ ଘର ବଡ଼ମ୍ବାର ସମ୍ପାଦକ, କବି ଜଗନ୍ନାଥ ଭାଷା ପ୍ରତିଷ୍ଠାନର ସମ୍ପାଦକ ତଥା ବଜରଙ୍ଗୀ ସ୍ବେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଅଛନ୍ତି। ଏହା ପୂର୍ବରୁ ମଧ୍ୟ ଶ୍ରୀ ପରିଡାଙ୍କୁ ଅନେକ ଅନୁଷ୍ଠାନ ସମର୍ଦ୍ଧିତ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.