୬୧ ବର୍ଷରେ ରୁପ୍ରାରୋଡ ଦୁର୍ଗାପୂଜା: ଚାରି ଫୁଟ ମୂର୍ତ୍ତିରେ ବିରାଜିବେ ମା’

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଦେବୀ ଦୁର୍ଗାଙ୍କ ଆବାହନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ପରିବେଶ। ତେବେ ମହାମାରୀ କରୋନା ଯୋଗୁଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରୀ ହୋଇଛି ଗାଇଡଲାଇନ। ସରକାରଙ୍କ କୋଭିଡ ଗାଇଡଲାଇନ ଅନୁସାରେ ଏବର୍ଷ ପୂଜା କାର୍ଯ୍ୟ ସଂପାଦନ କରିବେ ରାଜ୍ୟର ସମସ୍ତ ପୂଜା କମିଟି। ସେହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ଠାରେ ମଧ୍ୟ ପାଳିତ ହେବ ଶାରଦୀୟ ଦୁର୍ଗା ପୂଜା। ଏଥିପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଅଧିବାସ ଥିବାବେଳେ ଗୁରୁବାର ଠାରୁ ଦେବୀ ଦୁର୍ଗାଙ୍କ ନବରାତ୍ରୀ ପୂଜା ଆରମ୍ଭ ହେବ। ଏବର୍ଷ ରୁପ୍ରାରୋଡ ଦୁର୍ଗାପୂଜା ୬୧ ବର୍ଷରେ ପଦାର୍ପଣ କରିଛି। କରୋନା ଗାଇଡଲାଇନ କାରଣରୁ ଏଥର ବେଶ ଆଡମ୍ବର କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମ ନାହିଁ। ପୂର୍ବ ବର୍ଷମାନଙ୍କରେ କଳିକତାର ଶିଳ୍ପୀମାନେ ଆସି ୧୨ଫୁଟର ମୂର୍ତ୍ତି ନିର୍ମାଣ କରୁଥିଲେ। ତେବେ ଗାଇଡଲାଇନ ଅନୁସାରେ ଏବର୍ଷ ମୂର୍ତ୍ତି ଉଚ୍ଚତା ଚାରି ଫୁଟ ମଧ୍ୟରେ ସୀମିତ ରହିଛି। ଏହି ନଅ ଦିନ ପୂଜା ପାଇଁ ଅଜିତ କୁମାର ଅଗ୍ରୱାଲ (ଛୋଟୁ) କର୍ତ୍ତା ଏବଂ ସୁରେନ୍ଦ୍ର ନାଥ ଶର୍ମା ମୁଖ୍ୟ ପୂଜକ ଭାବେ ଦାଇତ୍ୱ ନିର୍ବାହ କରିବେ। ଏହି ବର୍ଷ ପୂଜା କମିଟିର ନୂତନ ସଭାପତି ମୋହନ ଲାଲ କମାନୀ ଥିବାବେଳେ ରତନ ଲାଲ ଅଗ୍ରୱାଲ, ଦୀନରାଜ ଅଗ୍ରୱାଲ, ମନୋଜ ମହାନ୍ତି, ଅମିତ ଶର୍ମା, ଦୁର୍ଗା ପ୍ରସାଦ ମହାନ୍ତି (ମୁନ୍ନା), ଅଶୋକ କମାନୀ, ଧୀରେନ୍ଦ୍ର ଖେତାନ, ଗଣେଶ ରାମ ଖେତାନ, ଆନନ୍ଦ ଅଗ୍ରୱାଲ, କୈଳାଶ ଅଗ୍ରୱାଲ, ପୁଷ୍ପକ ମହାନ୍ତି, ବିଜୟ ଅଗ୍ରୱାଲ ପ୍ରମୁଖଙ୍କ ସହ ରୁପ୍ରାରୋଡବାସୀ ସହଯୋଗ କରୁଛନ୍ତି। ମା’ ଦୁର୍ଗାଙ୍କ ଆଶିଷରୁ ଏବର୍ଷର ପୂଜା କାର୍ଯ୍ୟ ଶାନ୍ତିଶୃଙ୍ଖଳାର ସହ ତଥା କୋଭିଡ ଗାଇଡଲାଇନ ଅନୁସାରେ ସଂପାଦିତ ହେବବୋଲି ପୂଜା କମିଟି ଆଶାବ୍ୟକ୍ତ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.