କୋରାପୁଟ, (ତ୍ରିନାଥ ପଟ୍ଟନାୟକ): ଶାରଦୀୟ ନବରାତ୍ରୀ ଆରମ୍ଭ ହେବାର ଠିକ ପୂର୍ବରୁ ହିଁ ଯେଉଁ ଅମାବାସ୍ୟା ପଡିଥାଏ ତାହାକୁ ପିତୃ ଅମାବାସ୍ୟା ବା ମହାଳୟା ବୋଲି କୁହାଯାଏ। ଏହି ଦିନ ପିତୃ ପୁରୁଷକୁ ତର୍ପଣ ତିଳ ତର୍ପଣ ଦିଆଯାଇଥାଏ। ମାନ୍ୟତା ରହିଛି କି ଭାଦ୍ରବ ପୂର୍ଣ୍ଣିମା ଠାରୁ ପିତୃପକ୍ଷ ଆରମ୍ଭ ହୋଇଥାଏ। ପିତୃ ପୁରୁଷମାନେ ଏହି ଦିନଠାରୁ ଧରାପୃଷ୍ଠକୁ ଆସିଥାନ୍ତି ଏବଂ ଅମାବାସ୍ୟା ଦିନ ପୁନଶ୍ଚ ଫେରିଯାଇଥାନ୍ତି। ଏହି ମହାଳୟା ଅମାବାସ୍ୟା ଆଜି କୋରାପୁଟ ସହରର ଘରେ ଘରେ ପାଳିତ ହେଉଥିବା ଦେଖାଯାଇଛି। ପିତୃ ଉପାସନା ସହ ମାଁ ବଜ୍ରକାଳୀଙ୍କୁ ଆବାହନ କରି ଧୂପ, ଦୀପ ଆଳତୀ ସ୍ୱରୂପ ବିଭିନ୍ନ ସ୍ୱାଦିଷ୍ଟ ଏବଂ ସାତ୍ଵିକ ଭୋଗ ସାତ ଭିନ୍ନ ଶାଗ, ତରକାରୀ, ବରା, ଅଟକାଳୀ, କାକୁଡି, ନାଶପାତି ପ୍ରମୁଖ ପୂଜା ଦ୍ରବ୍ୟ ସହ ଦେବୀ ବଜ୍ରକାଳୀଙ୍କ ଆରାଧନା କରି ପରିବାରର ମଙ୍ଗଳ ପାଇଁ ଆଶୀର୍ବାଦ ମାଗୁଥିବା ଦେଖିବାକୁ ମିଳିଅଛି।