ଦହଲ PMGSY ରାସ୍ତା ନିର୍ମାଣ ପ୍ରସଙ୍ଗ: ସରି ପାରୁନି ବ୍ରୀଜ କାମ, ଏପଟେ କାମ ନସରୁଣୁ ରାସ୍ତାରୁ ଉଠିଲାଣି ପିଚୁ ଓ ମେଟାଲ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଚିପୁଲ ନାଲା କଡ ପିଡବ୍ଲୁଡି ରାସ୍ତାରୁ ଦହଲ ଓ ଦୋରାପଦର ଦେଇ ମାଣ୍ଡେଲ ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଚାଲିଛି ରାସ୍ତା କାମ । ଏହି ରାସ୍ତାଟିର ଦୈର୍ଘ୍ୟ ୪.୬ କିମି ହୋଇଥିବା ବେଳେ ବ୍ୟୟ ଅଟକଳ ୯୫୭ ଲକ୍ଷ ଟଙ୍କା ରହିଛି । ଭବାନୀପାଟନାର ଜନୈକ ଠିକାଦାର ଏହି ରାସ୍ତା ନିର୍ମାଣ କରୁଛନ୍ତି । ଆରମ୍ଭରୁ ଏହି ରାସ୍ତାଟିର ଦାଇତ୍ୱରେ ରହିଥିବା କନିଷ୍ଠ ଯନ୍ତ୍ରୀ କିମ୍ବା ଏସଡିଓ ଙ୍କର ଦେଖା ନାହିଁ । ଠିକାଦାର ନିଜ ମର୍ଜିରେ ନିଜ ଇଚ୍ଛା ମୁତାବକ ରାସ୍ତା ନିର୍ମାଣ କରୁଥିବା ସ୍ଥାନୀୟ ଜନସାଧାରଣ ପ୍ରକାଶ କରିଛନ୍ତି । ଦହଲ ଓ ଦୋରାପଦର ଦେଇ ରାସ୍ତାଟି ମାଣ୍ଡେଲ ନିକଟରେ ରୁପ୍ରାରୋଡ ପିଡବ୍ଲୁଡି ରାସ୍ତାକୁ ସଂଯୋଗ କରୁଛି । ହେଲେ ପାଖାପାଖି ଏକ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେଉଥିବା ରାସ୍ତା ବିଭାଗୀୟ କନିଷ୍ଠ ଆରଡି ବିଭାଗ ର ଯନ୍ତ୍ରୀ କିମ୍ବା ଏସଡିଓ କାମ ସମୟରେ ରହୁନଥିବାରୁ କାମ ଅତି ନିମ୍ନ ମାନର ହେଥିବା ଅଭିଯୋଗ କରୁଛନ୍ତି ଦହଲ ଓ ଦୋରାପଦର ଗ୍ରାମବାସୀ । ଅଗଷ୍ଟ ୨୦୧୯ ରେ ରାସ୍ତା କାମ ଆରମ୍ଭ ହୋଇଥିବା ବେଳେ ରାସ୍ତା ପିଚୁ କାମ ହୋଇ ସାରିଛି । ଗୋଟିଏ ଦୁଇଟି ବର୍ଷା ମାଡରେ ପିଚୁ ସାଙ୍ଗକୁ ମେଟାଲ ସବୁ ଉଠିବାକୁ ଲାଗିଲାଣି । ଅନ୍ୟପକ୍ଷେ ସାନ୍ଦୁଲ ନଦୀ ଉପରେ ଏହି ରାସ୍ତାର ବ୍ରୀଜ କାମ ଚାଲିଛି । ବ୍ରୀଜ ନିର୍ମାଣ ପାଇଁ ଠିକାଦାରଙ୍କ ପାଖରେ ମେସିନ ନଥିବାରୁ ବ୍ରୀଜ କାମ କଚ୍ଛପ ଗତିରେ ଚାଲିଥିବା ଆଲୋଚନା ହେଉଛି । ହେଲେ ବ୍ରିଜ ଟି ୨୦୨୨ ସୁଦ୍ଧା ମଧ୍ୟ ସମ୍ପୂର୍ଣ୍ଣ ହେବାପରି ମନେ ହେଉନାହିଁ ।

Omkar Vasthu
Omkar Vasthu

ଏହି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତା କାମରେ କାହିଁକି ଆପଣଙ୍କ ବିଭାଗ ଯନ୍ତ୍ରୀ କିମ୍ବା ଅନ୍ୟ ଅଧିକାରୀ ଉପସ୍ଥିତ ରହୁ ନାହାନ୍ତି ଫଳରେ ରାସ୍ତାକାମ ଅତି ନିମ୍ନ ମାନର ହେଉଥିବା ଅଭିଯୋଗ ହେଉଛି । ଏବଂ ଏବଠୁଁ ମେଟାଲ ଉଠିବା ଆରମ୍ଭ ହେଲାଣି ବୋଲି ବିଭାଗୀୟ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ କହିଲେ ଆମର କନିଷ୍ଠ ଯନ୍ତ୍ରୀ ସବୁବେଳେ ଉପସ୍ଥିତ ରହୁଛନ୍ତି । ଆଉ ଯୋଉ ପିଚୁ ଓ ମେଟାଲ ସବୁ ଉଠି ଯାଇଛି ସେସବୁକୁ ଆମେ ପୁଣି ସଜାଡି ଦେବୁ । ରାସ୍ତା ଭଲ ହିଁ ତିଆରି କରାଯିବ ବୋଲି କହିଥିଲେ ।

Pearl dental clinic
Near Ashish Medical Store, Bhawanipatna

ଅନ୍ୟପକ୍ଷେ ସମ୍ପୃକ୍ତ ଠିକାଦାର ଙ୍କୁ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତିରେ ଆପଣ ରାସ୍ତା କାମ ଯାହିତାହି ଭାବରେ କାହିଁକି ସାରି ଦେଉଛନ୍ତି ଏ ରାସ୍ତାରେ ସ୍ଥାନୀୟ ଲୋକ ଚାଲିବେ । ଆପଣତ କାମ ସରିଲେ ଏରାସ୍ତାକୁ ଆସିବାର ନାହିଁ ଏଣୁ ଅତ୍ୟଧିକ ଲାଭଖୋର ମନୋବୃତ୍ତି ନେଇ ନିମ୍ନ ମାନର ରାସ୍ତାକାମ କରୁଛନ୍ତି ବୋଲି ସ୍ଥାନୀୟ ଦହଲ ଓ ଦୋରାପଦରର ଲୋକେ ଅଭିଯୋଗ କରୁଥିବା ବିଷୟ ନେଇ ପ୍ରଶ୍ନ କରିବାରୁ ଠିକାଦାର ଶ୍ରୀ ପଣ୍ଡା କହିଲେ ରାସ୍ତା ଯେମିତି ହେବାକଥା ସେମିତି ହେଉଛି । ଆରଡି ବିଭାଗ ଅଧିକାରୀଙ୍କୁ ୧୬ ପ୍ରତିଶତ ପିସି ମଧ୍ୟ ଦିଆଯାଉଛି । ସେ ଟଙ୍କା କୁଆଡୁ ଆସିବ । ସବୁକୁ ଦେଖି ବୁଝି କାମ କରାଯାଉଛି ବୋଲି କହିଥିଲେ ।

Udyog Nursery
Udyogi Nursery

ଏଠି ପ୍ରଶ୍ନ ଉଠୁଛି ପିସି ଲାଳସାରେ ବିଭାଗୀୟ ଅଧିକାରୀ ମାନେ କାମ ସମୟରେ ଉପସ୍ଥିତ ନରହି ଠିକାଦାରଙ୍କୁ ନିମ୍ନ ମାନର କାମ କରିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି । ନିମ୍ନ ମାନର କାମ ଫଳରେ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେଉଥରବା ରାସ୍ତା ଅଳ୍ପାୟୁ ହୋଇଯିବ । ଦୀର୍ଘ ଦିନର ଦାବୀ ଓ ଭୋଟ ବର୍ଜନ ନିଷ୍ପତି ପରେ ରାସ୍ତା କାମ ହେଉଛି । ରାସ୍ତା ଖରାପ ହେଲେ କାହାର କିଛି ଅସୁବିଧା ହେବନି କେବଳ ସ୍ଥାନୀୟ ଲୋକେ ଅସୁବିଧା ଭୋଗିବେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଜିଲ୍ଲାପାଳ ମହୋଦୟ ଏଥିପ୍ରତି ଗୁରୁତ୍ୱ ଦେଇ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.