ରେଙ୍ଗାଲପାଲି ଗ୍ରାମ ପଞ୍ଚାୟତରେ ସ୍ବତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ସ୍ବତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଅଛି। ଏହି କ୍ରମରେ ରେଙ୍ଗାଲପାଲି ଗ୍ରାମ ପଞ୍ଚାୟତ ଠାରେ ମଧ୍ୟ ସ୍ବତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ସରପଞ୍ଚ ଐଶ୍ୱର୍ଯ୍ୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ବତନ୍ତ୍ର ଗ୍ରାମ ସଭା କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତର ବିକାଶ ନିମନ୍ତେ ଆଲୋଚନା କରା ଯାଇଥିଲା। ଏହି ପରିପ୍ରେକ୍ଷୀରେ ରାସ୍ତା ଘାଟ, ପାନିୟ ଜଳ ବ୍ୟବସ୍ଥା, ଗାଈ ଗୁହାଳ, ମଶାଣି ଗୃହ ନିର୍ମାଣ, ଜମି ମରାମତି, ମୋ ପୋଖରୀ, ସ୍ବଚ୍ଛତା ପରିବେଶ ସହିତ ଏସଏଫସି, ସିଏଫସି ଯୋଜନାରେ ଚାଲୁଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ଗ୍ରାମ ପଞ୍ଚାୟତର ଜନ ସାଧାରଣ ଏହି ସଭା ଉପସ୍ଥିତ ରହି ନିଜ ନିଜର ଗ୍ରାମ ରେ ଥିବା ସମସ୍ୟା ଉପରେ ଆଲୋକପାତ କରିବା ସହିତ ବିଭିନ୍ନ କାର୍ଯ୍ୟର ତାଲିକା ପ୍ରସ୍ତୁତ କରି ଦେଇଥିଲେ। ଏହି ସ୍ବତନ୍ତ୍ର ଗ୍ରାମ ସଭାରେ ନୋଡାଲ ଅଫିସର ଭାବରେ ଉଚ୍ଚଳା ରାଜ୍ୟସ୍ବ ନିରିକ୍ଷକ ଭାବେ ଆପ୍ ସିଂ ମାଝୀ ଯୋଗ ଦେଇ ଥିବା ବେଳେ ରେଙ୍ଗାଲପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୟ କୁମାର ସା ସଭା ପରିଚାଳନା କରିଥିଲେ। ଗ୍ରାମ ରୋଜଗାର ସେବକ ପୂର୍ଣ୍ଣ ଚନ୍ଦ୍ର ମାଝୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ବିଭିନ୍ନ ବିଭାଗର କର୍ମଚାରୀ ଉପସ୍ଥିତ ରହି ଥିବା ବେଳେ ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ, ଓ୍ୟାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ରହି ଆଲୋଚନା ଭାଗ ନେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.