ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଡାଲଗୁମା ପଞ୍ଚାୟତର ଲଟାପଡା ଗ୍ରାମକୁ ନୂତନ ରାଜସ୍ୱ ଗ୍ରାମର ମାନ୍ୟତା ନିମନ୍ତେ ଗ୍ରାମବାସୀ ଦିର୍ଘ ଦିନରୁ ପ୍ରଶାସନ ପାଖରେ ଦାବି କରିଆସୁଛନ୍ତି। ତେଣୁ ଗ୍ରାମବାସୀଙ୍କ ଦାବି ଅନୁଯାୟୀ ଶୁକ୍ରବାର କୋକସରା ତହସିଲଦାର ଦେବବ୍ରତ କରାଟି ଗାଁ କୁ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ଏବଂ ସୀମା ନିର୍ଦ୍ଧାରଣ ସହ ବିଭିନ୍ନ ଦିଗକୁ ସମିକ୍ଷା କରିବା ସହ ରାଜସ୍ୱ ଗ୍ରାମ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ନୂତନ ରାଜସ୍ୱ ଗ୍ରାମ ଅନୁମୋଦନ ନିମନ୍ତେ ସମସ୍ତ ପ୍ରକାର କାଗଜ ପତ୍ର ସହ ରାଜସ୍ୱ ବିଭାଗକୁ ପଠାଯିବା ନେଇ ସୂଚନା ମିଳିଛି। ତହସିଲଦାର ସହିତ ଏହି ସମୟରେ ରାଜସ୍ୱ ପର୍ଯ୍ୟବେକ୍ଷକ ଅଜୟରାଜ ସିକା, ରାଜସ୍ୱ ନିରୀକ୍ଷକ ଝାନ୍ସିରାଣୀ ଦିଶାରୀ, ଅମିନ୍ ସୁନିଲ ପଟ୍ଟନାୟକ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ।