ଛାତ୍ରୀଙ୍କୁ ମାଡ ମାରି ବାଲକୋନୀରୁ ତଳକୁ ଫିଙ୍ଗି ଦେଲେ ଶିକ୍ଷୟତ୍ରୀ

ଓଡ଼ିଆ ବାର୍ତ୍ତା/ ନୂ୍ଆଦିଲ୍ଲୀ: ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀକୁ ଏକ ମହଲା କୋଠାରୁ ତଳକୁ ପେଲିଦେଲେ ଶିକ୍ଷୟତ୍ରୀ । ଏମିତି ଏକ ହୃଦୟଥରା ଘଟଣା ଘଟିଛି ରାଜଧାନୀ ଛାତିରେ । ନାବାଳିକା ଛାତ୍ରୀଙ୍କୁ ସ୍ଥାନୀୟ ହିନ୍ଦୁ ରାଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଅଭିଯୁ୍କ୍ତ ଶିକ୍ଷୟୀତ୍ରିଙ୍କୁ ଗିରଫ କରି ଜେରା କରୁଛି । ଜଣେ ମହିଳା ହୋଇ  ଛୋଟ ନରୀହି ଶିଶୁଟିକୁ କେମିତି ଏତେ ଉଚ୍ଚରୁ ଫିଙ୍ଗି ଦେଲେ ତାହାକୁ ନେଇ ପ୍ରଶ୍ନ ଉଠିଛି ।

Omkar Vasthu
Omkar Vasthu

ରାଜଧାନୀ ଦିଲ୍ଲୀର କରୋଲ ବାଗ ଇଲାକାରେ ମଡେଲ ବସ୍ତି ନିକଟରେ ରହିଛି ପ୍ରାଇମେରୀ ସ୍କୁଲ । ଫିଲ୍ମିସ୍ଥାନ ଇଲାକାରେ ଥିବା ଏହି ସ୍କୁଲରେ ଗୀତା ଦେଶବାଳ ନାମ ଜଣେ ମହିଳା ଶିକ୍ଷକ ୫ମ ଶ୍ରେଣୀ ପିଲାଙ୍କୁ ପଠା ପଢାଉଥିଲେ । ଏହି ଶ୍ରେଣୀର ବନ୍ଦନା ନାମ୍ନୀ ଜଣେ ଛାତ୍ରୀଙ୍କୁ ଶିକ୍ଷୟିତ୍ରି ଜଣକ ନିର୍ଦ୍ଧୁମ ମାଡ ମାରିଥିଲେ । କଇଁଚିରେ ତାର ଦେହକୁ କାଟି ପକାଇଥିଲେ । ମୁଣ୍ଡରେ ଆଘାତ ସୃଷ୍ଟି କଲେ । ସେତିକିରେ ତାଙ୍କର ରାଗ ଶାନ୍ତ ହେଇ ନ ଥିଲା । ପ୍ରଥମ ମହଲାକୁ ନେଇ ସେଠାରୁ ତଳକୁ ଫିଙ୍ଗି ଦେଇଥିଲେ । ସୂଚନା ଅନୁଯାୟୀ, ଶିକ୍ଷୟିତ୍ରୀ ଜଣକ ଯେତେବେଳେ ୫ମ ଶ୍ରେଣୀ ଛାତ୍ରୀଙ୍କୁ ମାଡ ମାରୁଥିଲେ ସେତେବେଳେ ରିୟା ନାମ୍ନୀ ଅନ୍ୟଜଣେ ଶିକ୍ଷୟିତ୍ରୀ ତାଙ୍କୁ ଅଟକାଇବାକୁ ଚାହିଁଥିଲେ । ହେଲେ ସେ କିଛି ଶୁଣି ନ ଥିଲେ । ଏପରିକି ଦୁଇ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହା ପରେ ଗୀତା ବନ୍ଦନାଙ୍କ ବାଳ ଝିଙ୍କି ବାଲକୋନୀକୁ ଆଣି ଫିଙ୍ଗି ଦେଇଥିଲେ । ସେଠାରେ ଉପସ୍ଥିତ ଅନ୍ୟ ଲୋକମାନେ ଘଟଣାକୁ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଗୁରୁତର ଅବସ୍ଥାରେ ଝିଅଟିକୁ  ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା  ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.