ମହାନ୍ ସ୍ଵାଧୀନତା ସଂଗ୍ରାମୀ ଗୁଣନିଧି ମହାନ୍ତିଙ୍କ ଶ୍ରାଦ୍ଧ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା):  ମହାନ୍ ସ୍ଵାଧୀନତା ସଂଗ୍ରାମୀ ଗୁଣନିଧି ମହାନ୍ତିଙ୍କୁ ତାଙ୍କ ୬୧ ତମ ଶ୍ରାଦ୍ଧ ଦିବସରେ ଦେଉଳି ସ୍ଥିତ ବିଜୁ ପଟ୍ଟନାୟକ ଗ୍ରାମାଞ୍ଚଳ ମିନି ଷ୍ଟାଡିୟମ ପରିସରରେ ୪୨ମୌଜା ଅଞ୍ଚଳର ବିଶିଷ୍ଟ ବ୍ୟକ୍ତବିଶେଷ ମାନଙ୍କ ଉପସ୍ଥିତିରେ ଭବ୍ୟ ସମ୍ମାନ ପ୍ରଦାନ କରାଯାଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଅଛି । ଏହି ଶ୍ରଦ୍ଧାଞ୍ଜଳୀ ସଭା କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ୪୨ମୌଜା ଶାନ୍ତି କମିଟିର ପୂର୍ବତନ ସଭାପତି ପଣ୍ଡିତ ଯୁଧିଷ୍ଟିର ପତି । ପ୍ରାରମ୍ଭରେ ସ୍ମୃତି କମିଟିର ଆବାହକ ଶ୍ରୀ ସନ୍ତୋଷ କୁମାର ପତି ସ୍ଵାଧୀନତା ସଂଗ୍ରାମୀ ଇ° ଗୁଣନିଧି ମହାନ୍ତିଙ୍କ ଜନ୍ମ ଓ ତାଙ୍କର କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ । କବି ଜୟକୃଷ୍ଣ ନାୟକ ଇ° ଗୁଣନିଧି ମହାନ୍ତିଙ୍କ ଜୀବନୀ ଉପରେ ଏକ କବିତା ପାଠ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ପ୍ରଫୁଲ୍ଲ କୁମାର ମହାପାତ୍ର, ଖଲିକୁଜ୍ ଜମାନ୍ ଖାଁ, ମିର୍ଜା ହିମାୟଦ୍ ବେଗ, ପିଙ୍କି ଭୋଇ, ରବୀନ୍ଦ୍ର କୁମାର ମହାନ୍ତି, ରାମଚନ୍ଦ୍ର ଗୋଚ୍ଛାୟତ, ମନୋରଞ୍ଜନ ସ୍ବାଇଁ, ପୀତବାସ ଦାସ, ସୌରେଶ ନାୟକ, ଅଶୋକ କୁମାର ପତି, ବୁଲେଇ ବେହେରା, କିଶୋର ବାରିକ, ସତ୍ୟ ରଞ୍ଜନ ଦାସ, ଦୀପକ ରଞ୍ଜନ ତ୍ରିପାଠୀ, ଆଶିଷ ପତି, କୃଷ୍ଣ ଚନ୍ଦ୍ର ବେହେରା, ପ୍ରଫୁଲ୍ଲ କୁମାର ଭୋଇ, ସରୋଜ କୁମାର ନାୟକ, ଶ୍ରୀଧର ମହାରଣା, ନକୁଳ ଭୋଇ ଓ ବିଶ୍ୱଜିତ ପତି ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ପଣ୍ଡିତ ଯୁଧିଷ୍ଠିର ପତି ଧନ୍ୟବାଦ୍ ପ୍ରଦାନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.