ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗଜବାହାଲ ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବାଶିଷ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଜାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଣ୍ଡିତ ପଧାନ, ସମ୍ମାନିତ ଅତିଥି ଭାବେ କର୍ଲାମୁଣ୍ଡାବ୍ଲକ ଅଧ୍ୟକ୍ଷା କୁନି ସାହୁ, ଜିଲ୍ଲା ପରିଷସଭ୍ୟ (କ ) ମହେନ୍ଦ୍ର ରଣା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡୁଲେଶ୍ୱର ପଧାନ, ସମାଜସେବୀ ବାବା ଭଗବାନ ସାହୁ ପ୍ରମୁଖ ଯୋଗଦେଇ କଠିନ ଅଧ୍ୟବସାୟ କଲେ ଭଲ ଫଳ ମିଳିବ ବୋଲି ପ୍ରକାଶ କରିଥିଲେ। ଶିକ୍ଷକ ସୌଭାଗ୍ୟ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ କୃତି ଛାତ୍ର, ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ବାଳକ ଓ଼ ବାଳିକା ସିନିଅର ବିଭାଗରୁ ମୃତୁଞ୍ଜୟ ଭୋଇ, ମନୀଷା ଗହୀର, ଜୁନିଅର ବିଭାଗରୁ ସଞ୍ଜୀବ ରଣା, ଲିପସା ପଧାନ, ସବଜୁନିଅର ବିଭାଗରୁ ଉତ୍ତମ ବେହେରା, ଅନ୍ଵେଷା ପୁଟେଲ ଚମ୍ପିଆନ ହୋଇଥିଲେ। ଶିକ୍ଷକ କୃପାସିନ୍ଧୁ ପୁଟେଲ, ରୋହିତ କୁମୁରା, ଅଶ୍ୱିନୀ କୁମାର ପଣ୍ଡା, ହରିଲାଲ ବିଭାର, ଠାକୁର ଚନ୍ଦ୍ର ଦୋରା, ରାମ ବେହେରା, ଡୋଳେଶ୍ୱର ସାହୁ, ବିବେକ ସେଠ, ପ୍ରକାଶ ମେହେର, ଅଜିତ କୁମାର ସାହୁ, ନୃପରାଜ ସାହୁ, ଭୋପାଳ ବେହେରା, ବିଶମ୍ବର ଭୋଇ ଏବଂ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।