ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଲା ଠାରେ ୟଙ୍ଗଷ୍ଟାର କ୍ରିକେଟ କ୍ଳବ, କାଉଡୋଲା ଆନୁକୂଲ୍ୟରେ ସୋମବାର ଭବାନୀ ଶଙ୍କର ବେଶ୍ରା ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି। ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ବର୍ଗତ ଭବାନୀ ଶଙ୍କରଙ୍କ ପିତା ଦୃଶିକେଶ ବେଶ୍ରା ଯୋଗଦେଇ ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ତୋଫାନ ନାଏକ, ସାମ୍ବାଦିକ ବସନ୍ତ ସାରାବୁ, ବଂଶୀଧର ବେଶ୍ରା, ଥବିର ମାଝୀ, ମଦନ ରାଉତ ପ୍ରମୁଖ ଯୋଗଦେଇ ଥିଲେ। ଉଦଘାଟନୀ ଉତ୍ସବର ପ୍ରଥମ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ସ୍ବର୍ଗତ ଭାବାନୀ ଶଙ୍କରଙ୍କ ଫଟୋଚିତ୍ରରେ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରି ଆତ୍ମର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରିଥିଲେ। ପ୍ରଥମ ମ୍ୟାଚଟି ଆମପାଣି ଓ ରଏନଗୁଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରଏନଗୁଡା ଦଳ ଟଚ୍ ଜିଣି ପ୍ରଥମେ ବ୍ୟାଟିଂ କରିବା ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ ୧୦ ଓଭର ମଧ୍ୟରେ ସମସ୍ତ ୱିକେଟ ହରାଇ ୧୦୮ ରନ୍ ସଂଗ୍ରହ କରିଥିଲେ। ଜବାବରେ ଆମପାଣି ଦଳ ୧୦୯ ରନ୍ ସଂଗ୍ରହ କରି ୭ ୱିକେଟ ରେ ବିଜୟୀ ହୋଇଥିଲା। ଅମ୍ପିଆର ଭାବେ ସୌରବ ସରାବୁ ଓ ବିଶ୍ବାଲ ସରାବୁ ଖେଳ ପରିଚାଳନା କରିଥିଲେ। ଧାରାବିବରଣି ତୋଫାନ ନାଏକ କରିଥିବା ବେଳେ ସ୍କୋର ବୋର୍ଡରେ ସୁନୀଲ ମାଝୀ ଦାୟିତ୍ୱ ନିର୍ବାହ କରିଥିଲେ। ଆୟୋଜକ ଅନୁଷ୍ଠାନର ପିଣ୍ଟୁ କୋଚିଆ, ଆକାଶ ନାଏକ, ଗଣେଶ ନାଏକ, ନୂତନ ସରାବୁ, ଦେବାଶିଷ ସରାବୁ, ମାନସ ସରାବୁ, ତୁଷାର ନାଏକ, ସୁଭମ୍ ସରାବୁ, କୁଷ ସରାବୁ, ଯଦୁମଣି ସରାବୁ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଦଳ ଭାଗନେବାର କମିଟି ପକ୍ଷରୁ ସୂଚନା ଦିଆଯାଇଛି ।