ଅଳ୍ପ ବର୍ଷାରେ କାଦୁଅ ପଚପଚ ଦେଢ କିଲୋମିଟର ଗୁରୁଠି ଗାଁ ରାସ୍ତା

ଗ୍ରାମବାସୀଙ୍କ ଦୁର୍ଦ୍ଦଶାକୁ ଦୃଷ୍ଟି ଦେଉନାହିଁ ରାୟଗଡା ଜିଲ୍ଳା ପ୍ରଶାସନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ବର୍ଷା ଦିନର ଲଗାଣ ବର୍ଷା ହେଉ କି ଖରାଦିନର ଅଦିନିଆ ଅଳ୍ପ ବର୍ଷା ହେଉ। ସାମାନ୍ୟ ବର୍ଷାରେ ମଧ୍ୟ କାଦୁଅ ପଚପଚ ଗୁରୁଠି ଗାଁ ରାସ୍ତା। ଆଉ ଗାଁ ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ ପାଇଁ ପଂଚାୟତ ସମିତି ବୈଠକରେ ୩ ଥର ପ୍ରସ୍ତାବ ଦିଆଯାଇଥିଲେ ସୁଦ୍ଧା କୈାଣସି ସୁଫଳ ମିଳୁନାହିଁ। ଅପରପକ୍ଷେ ଏହି ରାସ୍ତା କାମଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ରହିଥିବା ବେଳେ ଆଗତ ପ୍ରସ୍ତାବକୁ ପଠାଯାଇଛି ଏବଂ ମଂଜୁର ହୋଇଆସିଲେ କାମ ନିର୍ମାଣ ହେବ ବୋଲି କହୁଛନ୍ତି ବିଭାଗୀୟ କର୍ତୁପକ୍ଷ। ତେବେ ଏହି କାଦୁଅ ପଚପଚ ରାସ୍ତାରେ ଯାତାୟାତ କରି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। ରାୟଗଡା ଜିଲ୍ଳା ସଦର ବ୍ଳକ ହାଲୁଆ ଗ୍ରାମ ପଂଚାୟତ ଅନ୍ତର୍ଗତ ଗୁରୁଠି ଗ୍ରାମ। ହାଲୁଆ ଗ୍ରାମ ପଂଚାୟତର ସଦର ହାଲୁଆ ଗାଁ ଠାରୁ ମାତ୍ର ଦେଢ କିଲୋମଟିର ଦୂରତାରେ ରହିଛି ଗୁରୁଠି ଗ୍ରାମ। ଏଠାରେ ବସବାସ କରୁଛନ୍ତି ୭୫ଘର ପରିବାର। ପଂଚାୟତକୁ ଯିବା ପାଇଁ ତଥା ଜିଲ୍ଳା ସଦର ମହକୁମାକୁ ଯିବା ପାଇଁ ଗୁରୁଠି ଗ୍ରାମବାସୀଙ୍କୁ ଖାଲଢିପ ଭରା ଅଧା ମାଟି,ଅଧା ମରୁମ ପକାଯାଇଥିବା ରାସ୍ତା ଉପରେ ନିର୍ଭର କରିବାକୁ ପଡେ। ସାମାନ୍ୟ ବର୍ଷା ହେଉ କି ଲଗାଣ ବର୍ଷା ହେଉ ଏହି ରାସ୍ତାଟି କାଦୁଅରେ ଭରି ହୋଇଯାଏ । ଫଳରେ ଗାଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଗାଁ ପିଲାମାନେ ସ୍କୁଲକୁ ଯିବା ହେଉ କି ପେନସନଧାରୀମାନେ ଭତା ନେବା ପାଇଁ ଯିବାକୁ ହେଉ କି ରୋଗୀଙ୍କୁ ମେଡିକଲ ନେବା ପାଇଁ ହେଉ ସମସ୍ତେ କାଦୁଅ ରାସ୍ତାରେ ଯାଇ ହଇରାଣ ହରକତ ହୋଇଥାନ୍ତି। ବିଶେଷ କରି ପକ୍କା ରାସ୍ତାଟିଏ ନ ଥିବାରୁ ଗାଁ ଲୋକେ ଅନେକ ସମୟରେ ପଂଚାୟତ ଠାରୁ ଆରମ୍ଭ କରି ଜିଲ୍ଳା ପ୍ରଶାସନ ପର୍ଯ୍ୟନ୍ତ ଦାବିପତ୍ର ପ୍ରଦାନ କରିଛନ୍ତି। ରାୟଗଡା ପଂଚାୟତ ସମିତି ବୈଠକରେ ହାଲୁଆ ଗ୍ରାମ ପଂଚାୟତ ସରପଂଚ ତାମାରାଓ ବିଡିକା ଏ ନେଇ ବାରମ୍ବାର ରାସ୍ତା ନିର୍ମାଣ ପାଇଁ ଦାବି କରି ଆସିବା ସହ ପ୍ରସ୍ତାବ ଆଗତ କରିଛନ୍ତି। ବିଗତ ବର୍ଷମାନଙ୍କ ମଧ୍ୟରେ ମନରେଗା ଯୋଜନାରେ ମରୁମ ମାଟି ପକାଯାଇ ରାସ୍ତା ନିର୍ମାଣ ହୋଇଥିବା ବେଳେ ବର୍ତ୍ତମାନ ରାସ୍ତାଟି ଶୋଚନୀୟ ଅବସ୍ଥାରେ ପଡି ରହିଛି। ତେବେ ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଦିଲ୍ଳୀପ କୁମାର ରାଉତରାଏଙ୍କୁ ରାସ୍ତା ନିର୍ମାଣ ନେଇ ପଚାରିବାରୁ ପ୍ରସ୍ତାବ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ପଠାଯାଇଛି। ରାସ୍ତା ନିର୍ମାଣ ପାଇଁ ଆଦେଶ ଆସିଲେ ନିଶ୍ଚିତ ଭାବେ ନିର୍ମାଣ ହେବ ବୋଲି ଉତର ରଖିଛନ୍ତି। ପୂର୍ବରୁ ଗାଁ ଲୋକେ ନିଜ ଭିତରେ ଚାନ୍ଦା ଆଦାୟ କରି ଖାଲଢିପ କାଦୁଅ ରାସ୍ତାରେ ମାଟି, ମରୁମ ପକାଇ ମରାମତି କରୁଥିବା ବେଳେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଦୁର୍ଗମ ଅଂଚଳର ରାସ୍ତା ନିର୍ମାଣ କରୁଥିବା ବେଳେ ଜିଲ୍ଳା ସଦର ମହକୁମାର ଠାରୁ ମାତ୍ର ୮କିଲୋମିଟର ଦୂରରେ ରହି ଆମେ ଦୁର୍ଦ୍ଧିନରେ ଯାତାୟାତ କରୁଛୁ ବୋଲି ଗୁରୁଠି ଗ୍ରାମର ଅନାଦି ଜାକାକା, ଅନନ୍ତ ମିଣିୟାକା, ସୋମନାଥ ହୁଇକା, ଦିୟୁଡୁ ମିଣିଆକା, ରାମିୟା ମାଣ୍ଡାଙ୍ଗି, ୱାର୍ଡସଭ୍ୟ ଜାମଲ ତାଡିଙ୍ଗି ପ୍ରମୁଖ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.