ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଛତାମହୁଲ ସ୍କୁଲରେ ବିଦାୟକାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପାଞ୍ଚ ବର୍ଷ ଧରି ଛତାମହୁଲ ସ୍କୁଲରେ ଅଧ୍ୟୟନ କରିବା ପରେ ବିଦ୍ୟାଳୟ ଛାଡ଼ିବେ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ। ତେଣୁ ସେମାନଙ୍କୁ ବିଦ୍ୟାଳୟ ପରିସରରେ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଅବସରରେ ବିଦାୟୀ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ତଳ ଶ୍ରେଣୀର ଛାତ୍ରଛାତ୍ରୀମାନେ ଉପହାର ପ୍ରଦାନ କରିଥିଲେ। ପିଲାମାନେ ବିଦାୟକାଳୀନ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ନର୍ଲା ବ୍ଲକ ଅନ୍ତର୍ଗତ ଛତାମହୁଲ ପ୍ରାଥମିକ ବିଦ୍ୟାଳୟରେ ଏନେଇ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଟୁକୁଲାଲ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଦର୍ଶନ ମହାନ୍ତି, ସମ୍ମାନିତ ଅତିଥି ଭାବେ ରାକ୍ସି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସତ୍ୟରଞ୍ଜନ ସ୍ୱାଇଁ, ଶିକ୍ଷୟିତ୍ରୀ ସ୍ୱପ୍ନା ନାଏକ, ଅବସରପ୍ରାପ୍ତ ଶିକ୍ଷକ ଗୌରଚନ୍ଦ୍ର ବ୍ରହ୍ମା, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ରାଜେଶ କରୁଆଁ, ସାମ୍ବାଦିକ ଦୀପକ ଠାକୁର, ମନୋଜ ଷଡ଼ଙ୍ଗୀ, ସୁଶାନ୍ତ ଚାନ୍ଦ, ଦୀପକ ମହାନ୍ତି, ଅନୀଲ ଅଗ୍ରୱାଲ, ତ୍ରିଲୋଚନ ଗଉଡ, ସୁମିତ ଶର୍ମା  ପ୍ରମୁଖ ଯୋଗଦେଇଥିଲେ। ସହକାରୀ ଶିକ୍ଷକ ପଙ୍କଜ ସାହୁଙ୍କ ତତ୍ତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସରିଆଁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧୀର କୁମାର ଧଙ୍ଗଡ଼ାମାଝୀ ସଭା ସଂଯୋଜନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.