ସର୍ଗିଗୁଡା ରେଳବାଇ ଫାଟକରେ ଓଭର ବ୍ରୀଜ୍ ନିର୍ମାଣ ପ୍ରସଙ୍ଗ: ଦିନକୁ ଦିନ ବଢିବାରେ ଲାଗିଛି ଟ୍ରାଫିକ ସମସ୍ୟା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଦେଇ ଯାଇଥିବା ଇଷ୍ଟକୋଷ୍ଟ ରେଳବାଇ ବିଭାଗର ଭବାନୀପାଟଣା- ଭୂବନେଶ୍ୱର ରାଜ୍ୟ ରାଜପଥ ଉପରେ ନର୍ଲା ବ୍ଲକ୍ ଅଧିନସ୍ଥ ସର୍ଗିଗୁଡା ଠାରେ ଏକ ଲେବଲ କ୍ରସିଂ ପାଟକ ରହିଛି । ସେହିଭଳି କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଠାରେ ମଧ୍ୟ ଭବାନୀପାଟଣା ସମ୍ବଲପୁର ଜାତୀୟ ରାଜ୍ୟ ପଥ ଉପରେ ଲେବଲ କ୍ରସିଂ ଗେଟ୍ ଫାଟକ ରହିଛି । ଏମିତିରେ ତ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡରୋଡ ଠାରୁ କେସିଙ୍ଗା ମଧ୍ୟରେ ୧୦ ରୁ ଉର୍ଦ୍ଧ୍ବ ଲେବଲ କ୍ରସିଂ ଫାଟକ ରହିଛି । ହେଲେ ବ୍ୟସ୍ତ ବହୁଳ ଓ ପତ୍ୟହ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ଭଳି ବ୍ୟସ୍ତ ବହୁଳ ରେଳବାଇ ଲେବଲକ୍ରସିଂ ଗେଟ୍ ଉପରୋକ୍ତ ଦୁଇଟି ସ୍ଥାନରେ ରହିଛି । ୧୫ ବର୍ଷ ଆଗରୁ ଗୋଟିଏ ରେଳ ଲାଇନ ଥିଲା ସେତେବେଳେ ଯାହା ଯେମିତି ଚଳି ଯାଉଥିଲା । ଅଧ ଘଣ୍ଟା ରୁ ୪୫ ମିନିଟ୍ ବ୍ୟବଧାନରେ ଗୋଟାଏ ଟ୍ରେନ ଆସୁଥିଲା । ବିଶାଖାପାଟନମ ରୁ ନର୍ଲାଦେଇ ରାୟପୁର ଯାଏଁ ଡବଲ ଲାଇନ ହୋଇଯିବା ପରେ ପ୍ରତି ୧୦ ମିନିଟ୍ ବ୍ୟବଧାନରେ ଟ୍ରେନ ଯିବା ଆସିବା କରୁଥିଲା । ଏବେ ତୃତୀୟ ରେଳ ଲାଇନ ରେ ଗତ ଅକ୍ଟୋବରୁ ଟ୍ରେନ ଚଳାଚଳ ଆରମ୍ଭ କଲା। ଏଣୁ ତୃତୀୟ ରେଳ ଲାଇନ ରେ ଟ୍ରେନ ଚଲାଚଳ କରିବା ପରେ ଅବସ୍ଥା ଆହୁରି ସାଙ୍ଘାତିକ ହୋଇ ପଡିଛି । ଏସବୁକୁ ଦେଖି ନର୍ଲା ଜନସାଧାରଣ ଦୀର୍ଘ ଦିନରୁ ରାସ୍ତାରେ ଓଭରବ୍ରୀଜ ଦାବୀ କରି ଆସୁଥିଲେ । ମାସକୁ ୧ ଲକ୍ଷ ଗାଡି ରାସ୍ତାରେ ଯିବା ଆସିବା ଯଦି କରୁଛି ତାହେଲେ ଓଭର ବ୍ରୀଜ ନିର୍ମାଣ କରାଯିବ ବୋଲି ରେଳବାଇ ବିଭାଗ ସୂଚନା ଦେଇଥିଲା । ପିଡବ୍ଲୁଡି ବିଭାଗ ଓ କେନ୍ଦ୍ର ସରକାରଙ୍କ ତରଫରୁ ଦୁଇ ଦୁଇ ଥର ରାସ୍ତା ଉପରେ ଯାଉଥିବା ଗାଡି ମୋଟର ଗଣନା କାର୍ଯ୍ୟ ମଧ୍ୟ କରାଯାଇଥିଲା ।

Omkar Vasthu
Omkar Vasthu

ଗତ ଦୁଇ ବର୍ଷ ତଳେ, କୋଭିଡ ପୂର୍ବରୁ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଭୂବନେଶ୍ୱର ସଏଲ ଟେଷ୍ଟିଂ ଲ୍ୟାବ୍ ରୁ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ଲ୍ୟାବ୍ ତରଫରୁ ନର୍ଲା ଲେବଲ କ୍ରସିଂ ଗେଟ୍ ଫାଟକ ଭବାନୀପାଟଣା ଯିବାକୁ ରହିଥିବା ରାସ୍ତାର ବାମ ପାଖରେ ଓ ନର୍ଲା ଦିଗରେ ବୋର୍ ମେସିନ ସାହାଯ୍ୟରେ ୯.୭ ମିଟର ର ଗାତ ଖୋଳି ମାଟି ସଂଗ୍ରହ କରିଥିଲେ । ମାଟିତଳୁ ବାହାରିଥିବା ପଥରଖଣ୍ଡ ଗୁଡିକ ମଧ୍ୟ ସଂଗ୍ରହ କରି ନେଇଥିବା ଦେଖିବାକୁ ମିଳିଥିଲା । ଲେବ୍ ଟେକ୍ନିସିଆସନ ଅନୁପମ ପୁହାଣଙ୍କୁ ଏସବୁ ବିଷୟରେ ପଚାରି ବୁଝିବାରୁ ଏଠାକାର ମାଟିତଳେ ୭ ମିଟର ଯାଏଁ ମାଟି ରହିଥିବା ବେଳେ ତାପରେ ଛୋଟ ଛୋଟ ପଥରଖଣ୍ଡ ସବୁ ବାହାରୁଛି । ଆମେ ମାଟି ପରୀକ୍ଷା କଲା ପରେ ବିଭାଗ କୁ ରିପୋର୍ଟ ପ୍ରଦାନ କରିବୁ । କେବଳ ନର୍ଲା ନୁହଁ । ନର୍ଲା ସମେତ କଣ୍ଟାବାଞ୍ଜି ଓ ଖରିଆର ଲେବଲ କ୍ରସିଂ ନିକଟସ୍ଥ ରାସ୍ତା କଡର ମାଟି କାଢିକି ଆମେ ନେଇଯାଉଛି । ପରୀକ୍ଷା ପରେ ବିଭାଗ କୁ ରିପୋର୍ଟ ପ୍ରଦାନ କରିବୁ ବୋଲି ସେ କହିଥିଲେ ।
ପିଡବ୍ଲୁଡି ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କ ରେଳବାଇ ବିଭାଗକୁ ଗତ ୨୦୧୯ ଅକ୍ଟୋବର ମାସରେ ମାଟି ପରୀକ୍ଷଣର ରିପୋର୍ଟ ପ୍ରଦାନ କରାଯାଇ ସାରିଥିବା ବେଳେ ଓଭରବ୍ରୀଜ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରୀୟା ମଧ୍ୟ ସରିଯାଇଥିବା ସୂଚନାରୁ ଜଣାପଡିଛି । ହେଲେ ସର୍ଗିଗୁଡା ଲେବୁଲ କ୍ରସିଂ ଫାଟକରେ ଏବେ ତୃତୀୟ ରେଳ ଲାଇନରେ ଟ୍ରେନ ଚଳାଚଳ ପରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢିବାରେ ଲାଗିଥିବାରୁ ଓଭର ବ୍ରୀଜ ନିର୍ମାଣ କାର୍ଯ୍ୟ ଆରମ୍ଭରେ ବିଳମ୍ବକୁ ନେଇ ଜନ ସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.