ନର୍ଲାରେ ସ୍ୱାଭିମାନ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଇଂରେଜ ଶାସନ ଅମଳରେ ନିର୍ଯ୍ୟାତିତ ଓଡ଼ିଆ ଜାତି ମୂମୁର୍ଷ ଅବସ୍ଥାରେ ନିଜର ଅସ୍ତିତ୍ବ ରକ୍ଷା ପାଇଁ ସଂଗ୍ରାମରତ ଥିବାବେଳେ କେତେଜଣ ଯୋଗଜନ୍ମା ବ୍ୟକ୍ତିବିଶେଷଙ୍କ ଆବିଭାର୍ବ ଜାତୀୟ ଜୀବନରେ ଆଶାର ସଂଚ଼ାର କରିଥିଲା। ଉତ୍କଳୀୟ ସଂସ୍କୃତିର ସୁରକ୍ଷା ତଥା ରାଜନୈତିକ, ସାମାଜିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଶାକୁ ସର୍ବଭାରତୀୟ ସ୍ତରରେ ଏକ ସ୍ବତତ୍ନ ସ୍ଥାନ ଦେବା ପାଇଁ ଯେଉଁ ଯୋଗଜନ୍ମା ନିଜର ଜୀବନକୁ ତିଳତିଳ କରି ଉତ୍ସର୍ଗ କରିଥିଲେ, ସେମାନଙ୍କ ମଧ୍ୟରୁ ଦେଶପ୍ରାଣ ଉତ୍କଳଗୌରବ ମଧୁସୂଦନ ଦାସ ଅନ୍ୟତମ। ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଆଜି ୨୮ ଅପ୍ରେଲ ତାଙ୍କର ଜନ୍ମ ଜୟନ୍ତୀ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କଳାହାଣ୍ଡି ଜିଲ୍ଲା ନର୍ଲା ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଆଜି ଶୁକ୍ରବାର ମଧୁ ବାବୁଙ୍କ ଜନ୍ମ ଜୟନ୍ତୀ ଅବସରରେ ସ୍ୱାଭିମାନ ଦିବସ ଆମ ଓଡ଼ିଶା ତରଫରୁ ବରିଷ୍ଠ ସାମ୍ବାଦିକ ଅଭିରାମ ନନ୍ଦଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ସମସ୍ତ ଅତିଥି ମଧୁବାବୁଙ୍କ ଫଟୋ ଚିତ୍ରରେ ଧୂପ, ଦୀପ ଓ ପୁଷ୍ପାଞ୍ଜଳି ଦେବା ପରେ ସଭାପତି ଶ୍ରୀ ନନ୍ଦ ସ୍ୱଗତ ପ୍ରଦାନ କରିଥିଲେ ।ଜନ୍ମ ଜୟନ୍ତୀ ସ୍ୱାଭିମାନ ଦିବସ କାର୍ଯ୍ୟକ୍ରମ ରେ ଅତିଥି ଭାବରେ କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଯାନୀ, ବିଶିଷ୍ଟ କବି, ସାହିତ୍ୟିକ କୁମୁଦ ଚନ୍ଦ୍ର ନାଏକ, ଅବସରପ୍ରାପ୍ତ ଶିକ୍ଷକ ପ୍ରକୃତିପ୍ରେମୀ ଭାଗବତିଆ କବି ମଧୁସୂଦନ ରାଉତ, ବିଶ୍ବହିନ୍ଦୁ ପରିଷଦ ନର୍ଲାର ସଭାପତି ଗଗନ ବିହାରୀ ସା, ଯୁବ ନେତା ନରସିଂହ ଥାପା, ଶିଶୁ ମନ୍ଦିର ନର୍ଲାର ସେବକ କବିରାଜ ଗୌଡ଼ ପ୍ରମୁଖ ଯୋଗଦାନ କରି ମଧୁବାବୁଙ୍କ ଓଡିଶା ପ୍ରତି ଅବଦାନ ବିଷୟରେ ସ୍ମୃତି ଚାରଣ କରିଥିଲେ । ପ୍ରକୃତିପ୍ରେମୀ କବି ମଧୁସୂଦନ ଭାଗବତ ଛନ୍ଦରେ ମଧୁବାବୁଙ୍କ ଜନ୍ମ ବୃତ୍ତାନ୍ତ ଓ ତାଙ୍କ ଜୀବନ ଶୈଳୀ ଗାନ କରିଥିଲେ । ସାମ୍ବାଦିକ ନୀଳକଣ୍ଠ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସାମ୍ବାଦିକ ଲିଙ୍ଗରାଜ ମିଶ୍ର ମଞ୍ଚ ସଂଯୋଜନା କରିଥିଲେ । ଶେଷରେ ଶ୍ରୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.