ଖଡଗେଙ୍କୁ ପାଲଟା ଜବାବ ଦେଇ ସୋନିଆ ଗାନ୍ଧୀଙ୍କୁ ବିଷ କନ୍ୟା କହିଲେ ବିଜେପି ବିଧାୟକ

ଓଡ଼ିଆ ବାର୍ତ୍ତା/ ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ରାଲିରେ ନେତାମାନଙ୍କର ବିଷୋଦ୍‌ଗାର ଜାରି ରହିଛି। ଗତକାଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀଙ୍କୁ ବିଷାକ୍ତ ସାପ କହିଥିବା ବେଳେ ଆଜି ବିଜେପି ବିଧାୟକ ଯତନାଲ୍ ସୋନିଆ ଗାନ୍ଧୀଙ୍କୁ ବିଷ କନ୍ୟା କହିଛନ୍ତି। ଯାହାକୁ ନେଇ ପୁଣି ନୂଆ ବିବାଦ ଆରମ୍ଭ ହୋଇଯାଇଛି। ଗତକାଲି ଖଡ଼ଗେଙ୍କ ବୟାନକୁ ବିରୋଧ କରି ବିଜେପି ନିର୍ବାଚନ କମିଶନରେ ଅଭିଯୋଗ କରିଥିଲା। ଆଜି କଂଗ୍ରେସ ମଧ୍ୟ ଯତନାଲ୍‌ ମନ୍ତବ୍ୟରେ ଆପତ୍ତି ଉଠାଇ ଅଭିଯୋଗ କରିବ ବୋଲି କହୁଛି। ଗତକାଲ ଯତନାଲ କୋପ୍ପଲ ଏକ ଜନସଭାକୁ ସମ୍ବୋଧନ କରି ଖଡ଼ଗେ ବିଷାକ୍ତ ସାପର ପଲାଟି ଜବାବ ଦେଇଥିଲେ। ସେ କହିଥିଲେ ଯେ ସେ(ଖଡ଼ଗେ) ମୋଦୀଙ୍କ ତୁଳନା ସାପ ସହ କରୁଛନ୍ତି। ଆଉ କହୁଛନ୍ତି ଯେ ମୋଦୀ ବିଷ ଉଗାରିବେ। ଯେଉଁ ଦଳରେ ଆପଣ(ଖଡ଼ଗେ) ନାଚୁଛନ୍ତି କଣ ସୋନିଆ ଗାନ୍ଧୀ ବିଷ କନ୍ୟା କି ? ସୋନିଆ ଚୀନ ଓ ପାକିସ୍ତାନ ସହ ତାଙ୍କର ଏଜେଣ୍ଟ ଭଳି କାମ କରିଛନ୍ତି ବୋଲି ଯତନାଲ କହିଛନ୍ତି। ଯାହାକୁ ନେଇ କଂଗ୍ରେସ ଏବେ ଅଭିଯୋଗ କରିବ ବୋଲି କହିଛି। ଗୁରୁବାର (ଏପ୍ରିଲ ୨୭) କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାରବେଳେ ମଲ୍ଲିକାର୍ଜୁନ ଖଡଗେ  ପିଏମ ମୋଦିଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ, ମୋଦି ବିଷଧର ସାପ ସଦୃଶ । ଆପଣ ତାଙ୍କୁ ବିଷ ବୋଲି ମାନନ୍ତୁ ବା ମାନନ୍ତୁ । କିନ୍ତୁ ଚାଖିଲେ ମରିଯିବେ । ଆପଣ ଭାବୁଥିବେ ସତରେ କ’ଣ ସେ ବିଷଧର ? ମୋଦି ଜଣେ ଭଲ ମଣିଷ । ସେ ଯାହା ଦେଇଛନ୍ତି, ତାହାକୁ ଆମେ ଦେଖିବୁ । ଆପଣ ଯେମିତି ଏହାକୁ ଚାଟିବେ, ସବୁଦିନ ପାଇଁ ଶୋଇଯିବେ ।’ ଖଡଗେ ତାଙ୍କ ଅଭିଭାଷଣରେ ବିଜେପିର କଡା ସମାଲୋଚନା କରିବା ସହ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ କରିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.