ଆମେ ଓଡ଼ିଆ ଭାରି ବଢିଆ ପକ୍ଷରୁ ରଜ ସମ୍ବର୍ଦ୍ଧନା ପର୍ବ

ଓଡ଼ିଆ ଭାଷା ସାହିତ୍ୟ ସମ୍ମାନ ଓ ଉତ୍କଳ ଓଡିଆ ସେବା ସମ୍ମାନ ୨୦୨୩ ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଟକ: ଓଡ଼ିଶାର ଗଣ ପର୍ବ ରଜରେ ଆମେ ଓଡ଼ିଆ ଭାରି ବଢିଆ ପରିବାର ତରଫରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ରଜ ଆମ ଶାସ୍ତ୍ରୀୟ ଓଡ଼ିଆ ଭାଷା ଆମ ଅସ୍ମିତା ତଥା ଓଡ଼ିଶା ଭୂମିର ପରିଚୟ। ଓଡ଼ିଶାର ଗଣପର୍ବର ମାଧୁର୍ଯ୍ୟ ଆମକୁ ଯୁଗେ ଯୁଗେ ସ୍ବତନ୍ତ୍ର କରିଆସିଛି। ଏହି ପର୍ବ ଆମ ଭାଷା ସାହିତ୍ୟକୁ ଗୁରୁତ୍ଵ ଦେଇ ଆସିଛି। କଟକ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆମେ ଓଡ଼ିଆ ଭାରି ବଢିଆ ପରିବାର ଏହି ସ୍ଵତନ୍ତ୍ର ସଭାକୁ ଆୟୋଜନ କରିବା ସହ ଉକ୍ତ ସଭାରେ ଓଡ଼ିଆ ଭାଷା ସାହିତ୍ୟ ର ପଚାର ପ୍ରସାର କରିବା ସହ ସମାଜସେବା କ୍ଷେତ୍ରରେ ଅଗ୍ରସର ହେବା ଏହାର ମୂଳ ଲକ୍ଷ୍ୟ ଥିଲା ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା କହିଥିଲେ। ଏହି ସଭାରେ ଅନୁଷ୍ଠାନର ପ୍ରତିଷ୍ଠାତା ଜ୍ୟୋତିର୍ବିଦ ଶ୍ରୀଜଗନ୍ନାଥ ଆଚାର୍ଯ୍ୟ ୬ଜଣଙ୍କୁ ଓଡ଼ିଆ ଭାଷା ସାହିତ୍ୟ ସମ୍ମାନ ଓ ଉତ୍କଳ ଓଡ଼ିଆ ସେବା ସମ୍ମାନ ୨୦୨୩ ପ୍ରଦାନ କରିଥିଲେ। ସମ୍ମାନିତ ସଦସ୍ୟମାନେ ହେଲେ ପଦ୍ମନାଭ ସାହୁ, ସରୋଜ କୁମାର ସାହୁ, ମଞ୍ଜୁବାଳା ସାହୁ, ମାନସୀ ଓଝା, ପ୍ରଦ୍ୟୁମ୍ନ ଜେନା, ସତ୍ୟବ୍ରତ ସାହୁ। ସମସ୍ତଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ଶେଷରେ ଶ୍ରୀ ଆଚାର୍ଯ୍ୟ ସମସ୍ତଙ୍କୁ ଶୁଭେଛା ଜ୍ଞାପନ କରିବା ସହ ଏହି ପରିବାର କେମିତି ଆହୁରି ଅଗ୍ରସର ହେବ ତାହା ଉପରେ ଗୁରୁତ୍ବ ଦେବାକୁ କହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.