ଭ୍ୟିୁ ପଂଏଟ ଚା’ଦୋକାନରେ ମଦ ବିକ୍ରି ଅଭିଯୋଗ

ରାୟଗଡାର ଗୈାରବମୟ ଆକର୍ଷଣ ଭ୍ୟିୁ ପଂଏଟକୁ ସୁରକ୍ଷା ଦିଅନ୍ତୁ –ବଳରାମ ପଣ୍ଡା

ପ୍ରଶାସନ ଓ ଜନତାଙ୍କ ସହଯୋଗ ଲୋଡିଲା ବାଇସିଂ ପଂଚାୟତ ବିକାଶ ସମିତି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଭ୍ୟିୁ ପଂଏଟରେ ଥିବା ଚା’ଦୋକାନରେ ଚା’ ସହ ମଦ ବିକ୍ରି ହେଉଥିବା ନେଇ ଉଠିଛି ଅଭିଯୋଗ । ଫଳରେ ଭ୍ୟିୁ ପଂଏଟରେ ବୃଦ୍ଧି ପାଉଛି ଅସାମାଜିକ କାର୍ଯ୍ୟକଳାପ । ମହିଳାମାନେ ଉକ୍ତ ରାସ୍ତା ଦେଇ ଯାତାୟତ କରିବା ଏବେ ସୁରକ୍ଷିତ ମଣୁନାହାନ୍ତି । ପର୍ଯ୍ୟଟକ ତଥା ସହରବାସୀ ମଧ୍ୟ ଆଉ ଭ୍ୟିୁ ପଂଏଟକୁ ଯିବା କମେଇ ଦେଲେଣି । ଅପରପକ୍ଷେ ସୀମିତରେ ରହିଯାଇଛି ପୋଲିସ କାର୍ଯ୍ୟାନୁଷ୍ଠାନ । ତେଣୁ ପ୍ରାକୃତିକ ସୈାନ୍ଦର୍ଯ୍ୟରେ ଭରା ରାୟଗଡା ଜିଲ୍ଳା ସଦର ବ୍ଳକ ବାଇସିଂ ଗ୍ରାମ ପଂଚାୟତର ଜଙ୍ଗଲ ଜମି ତଥା ବନ ବିଭାଗର ସଂରକ୍ଷିତ ଜଙ୍ଗଲରେ ଥିବା ଏହି ପର୍ଯ୍ୟଟନ ସ୍ଥଳୀ ଭ୍ୟିୁ ପଂଏଟକୁ ଅସାମାଜିକ ତତ୍ୱରୁ ରକ୍ଷା କରିବା ପାଇଁ ରାୟଗଡାର ସମ୍ମାନନୀୟ ଜନତା, ବୁଦ୍ଧିଜୀବୀ ଓ ପ୍ରଶାସନର ସହଯୋଗ କାମନା କରିଛନ୍ତି ବାଇସିଂ ପଂଚାୟତ ବିକାଶ ସମିତି । ଭ୍ୟିୁ ପଂଏଟରେ ଅସାମାଜିକ କାର୍ଯ୍ୟକଳାପକୁ ବନ୍ଦ କରିବା ପାଇଁ ଜିଲ୍ଳା ପ୍ରଶାସନ ପାଖେ ନିବେଦନ କରାଯାଇଥିବା ବେଳେ ଯଦି ପଦକ୍ଷେପ ଗ୍ରହଣରେ ବିଳମ୍ବ ହୁଏ ତେବେ ପଞ୍ଚାୟତବାସି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରି ନିଷ୍ପତି ନେନେ ବୋଲି ଗାୟତ୍ରୀ ମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିକାଶ ସମିତିର ସଭାପତି ତଥା ସମାଜସେବୀ ବଳରାମ ପଣ୍ଡା । ବାଇସିଂ ଗ୍ରାମ ପଂଚାୟତକୁ ଏକ ଆଦର୍ଶ ଗ୍ରାମ ପଂଚାୟତ ଭାବେ ଗଢି ତୋଳିବା ପାଇଁ ଆମେ ସଂକଳ୍ପବଦ୍ଧ ବୋଲି ବିକାଶ ସମିତି ସଭାପତି ଶ୍ରୀ ପଣ୍ଡା କହିଛନ୍ତି । ଭ୍ୟିୁ ପଂଏଟ ଠାରେ ବୃଦ୍ଧି ପାଉଥିବା ପର୍ଯ୍ୟଟକଙ୍କ ସଂଖ୍ୟାକୁ ଦେଖି ରାୟଗଡା ସହରର ଜଣେ ଉଚ୍ଚ ଶିକ୍ଷିତ ଯୁବକ ସେଠାରେ ଚା’ଦୋକାନ ଆରମ୍ଭ କରି ନିଜ ରୋଜଗାର ଆରମ୍ଭ କରିଥିଲେ । ତେବେ ସେଠାରେ ଚା’ ସହ ମଦ ବିକ୍ରି ହେବା ଫଳରେ ମଦପ୍ୟମାନଙ୍କ ଆଡ୍ଡାସ୍ଥଳୀ ପାଲଟିବାରୁ ସେଠାରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ଯାହାକୁ ବନ୍ଦ କରିବା ପାଇଁ ନିକଟରେ ବିକାଶ ସମିତି ପକ୍ଷରୁ ଜିଲ୍ଳା ଏସ.ପି.ଙ୍କ ଦୃଷ୍ଟି ଆର୍କଷଣ କରାଯାଇଥିଲା । ଏସ.ପି.ଙ୍କ ନିର୍ଦ୍ଦେଶ କ୍ରମେ କିଛି ଦିନ ପୋଲିସ ପକ୍ଷରୁ ପେଟ୍ରୋଲିଂ କରାଯିବାରୁ ଅସାମାଜିକ କାର୍ଯ୍ୟକଳାପ ବନ୍ଦ ହେଲା । ତେବେ ଗତ ୧୨ତାରିଖ ରାତ୍ର ୧୧ଟା ସମୟରେ ଚା’ଦୋକାନ ପିଲାଙ୍କ ସହ କିଛି ମଦପ୍ୟମାନେ ମଦ ପିଉଥିଲେ ।

ଏଠାରେ ମଦ ପିଇବା ପାଇଁ ମନା ଥିବା ବିଷୟରେ ବିକାଶ ସମିତି ସଦସ୍ୟ କୃଷ୍ଣ ତାଡିଙ୍ଗି ଆକଟ କରିଥିବା ବେଳେ ଏହି କଥାରେ ଉତକ୍ଷିପ୍ତ ହୋଇ ଚା’ଦୋକାନୀ ଜଣକ କୃଷ୍ଣକ ନାମରେ ଶେଷଖାଲ ଥାନାରେ ମିଥ୍ୟା ଅଭିଯୋଗ କରିଥିବା ଶ୍ରୀ ପଣ୍ଡା କହିଛନ୍ତି । ବେଆଇନ ଭାବେ ଦୋକାନ ଖୋଲି ଏକ ପର୍ଯ୍ୟଟନ ସ୍ଥଳୀକୁ ମଦପ୍ୟଙ୍କ ଆଡ୍ଡାସ୍ଥଳୀରେ ପରିଣତ କରିବାକୁ ଚେଷ୍ଠା କରୁଥିବା ଚା’ଦୋକାନୀଙ୍କ ବିରୁଦ୍ଧରେ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଭ୍ୟିୁ ପଂଏଟରୁ ଉକ୍ତ ଚା’ଦୋକାନକୁ ହଟାଇ ଦେବା ନିମନ୍ତେ ଶ୍ରୀ ପଣ୍ଡା ପ୍ରଶାସନ ଓ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି । ପ୍ରକାଶ ଥାଉ କି, ଭ୍ୟିୁ ପଂଏଟର ସୁରକ୍ଷା ତଥା ପଂଚାୟତର ବିକାଶ ପାଇଁ ବାଇସିଂ ପଂଚାୟତ ବିକାଶ ସମିତି ପକ୍ଷରୁ ସ୍ଥାନୀୟ ଉପଜିଲ୍ଳାପାଳ, ବିଡିଓ, ଜଙ୍ଗଲ ବିଭାଗ ଓ ଅନ୍ୟ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ପନ୍ଦରଟି ଗ୍ରାମର ୮୪୦ଜଣ ଜନତାଙ୍କୁ ନେଇ ଏକ ଗ୍ରାମସଭା ନିକଟରେ ଅନୁଷ୍ଠିତ ହୋଇଥିଲା । ସର୍ବସମ୍ମତି କ୍ରମେ ଭ୍ୟିୁ ପଂଏଟରେ ମଦ ବିକାଳି ହେଉ କିମ୍ବା ଅନ୍ୟ କୈାଣସି ଦୋକାନୀକୁ ସେଠାରୁ ଉଚ୍ଛେଦ କରିବା ଏବଂ ଉକ୍ତ ସ୍ଥାନରେ ପ୍ରାକୃତିକ ପରିବେଶର ପ୍ରଦୁଷଣମୁକ୍ତ କରିବାର ନିଷ୍ପତି ନିଆଯାଇଥିଲା । ବନ ସୁରକ୍ଷା ସମିତି ଗଠନ କରି ଇକୋ ଟୁରୁଜିମ୍ କାର୍ଯ୍ୟକାରୀ କରିବାକୁ ନିଷ୍ପତି ହୋଇଥିଲା । ତେବେ ଅନେକ ସମୟରେ ଭ୍ୟିୁ ପଂଏଟରେ ମଦ ପିଉଥିବା ମଦପ୍ୟଙ୍କୁ ତଥା ଦୋକାନ କରି ମଦ ବିକ୍ରି କରାଯିବାକୁ ପ୍ରତିବାଦ କରାଯାଉଥିଲେ ମଧ୍ୟ ଅସାମାଜିକ କାର୍ଯ୍ୟକଳାପକୁ ରୋକି ହେଉ ନ ଥିବାରୁ ଜନ ସଚେତନତା ହିଁ ଏହାର ନିରାକରଣ କରିପାରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିକାଶ ସମିତିର ସଂପାଦକ ପଙ୍କଜ ବିଡିକା, ବୁଲୁ ତାଡିଙ୍ଗି, ପ୍ରଦୀପ ତାଡିଙ୍ଗି, ଶ୍ରବଣ କୁମାର ତାଡିଙ୍ଗି, କୃଷ୍ଣ ତାଡିଙ୍ଗିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.