ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଗତକାଲି ୪୫.୬° ସହ ରାଜ୍ୟର ଉତ୍ତପ୍ତ ସହର ଭାବେ ସୋନପୁର ରହିଥିବା ବେଳେ ଆଜି ଶନିବାର ସକାଳୁ ସକାଳୁ ମଧ୍ଯ ପ୍ରବଳ ଗରମ ଅନୁଭୂତ ହେଉଥିବା ଯୋଗୁଁ ଦିନ ୧୦ ଟାରୁ ରାସ୍ତା ଘାଟ ଶୁନଶାନ୍ ହୋଇଯାଇଛି । ଗତକାଲି ଠାରୁ ଆଜି ଆହୁରି ଅଧିକ ରୌଦ୍ରତାପ ପରିଲକ୍ଷିତ ହେଉଛି। ଏପଟେ ଅସହ୍ୟ ଖରାରେ ଜନଜୀବନ ଅସ୍ଥବ୍ୟସ୍ତ ହୋଇଯାଇଛି। ଯେମିତି ଦୀପ ଲିଭିଲିଭି ଯିବାବେଳେ ହୁତୁହୁତୁ ହୋଇ ଜଳି ମାଟିଦିପକୁ ଜଳେଇ ପୋଡି ଦିଏ ଏବେ ଠିକ୍ ସେହିଭଳି ଅସମ୍ଭାଳ ସ୍ଥିତିକୁ ସାଧାରଣ ଲୋକ ବାଧ୍ୟ ହୋଇ ସମ୍ଭାଲୁଛନ୍ତି।