ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଚଳିତ ବିଶ୍ୱକପ କ୍ରିକେଟରେ ଭାରତର ବିଜୟ ଅଭିଯାନ ଜାରୀ ରହିଛି । ବୁଧବାର ଅନୁଷ୍ଠିତ ମୁକାବିଲାରେ ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ଭାରତ ୮ ୱିକେଟରେ ଏକତରଫା ଭାବେ ଆଫଗାନିସ୍ତାନକୁ ପରାସ୍ତ କରିଛି । ପୂର୍ବରୁ ଅଷ୍ଟ୍ରେଲିଆକୁ ହରାଇ ଭାରତ ତାର ଅଭିଯାନ ଆରମ୍ଭ କରିଥିଲା । ୨୭୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୩୫ ଓଭରରେ ୨ ୱିକେଟ ହରାଇ ଏହାକୁ ହାସଲ କରି ନେଇଥିଲା । ରୋହିତ ୮୪ ବଲରେ ୧୬ ଚୌକା ଓ ୫ଛକା ସହାୟତାରେ ୧୩୧ ରନର ଇନିଂସ ଖେଳିଥିଲେ ।ଈଶାନ କିଶାନ ୪୭ ବଲରେ ୪୭ ରନ କରିଥିଲେ । ଉଭୟ ପ୍ରଥମ ୱିକେଟରେ ୧୫୬ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ । ଦୁଇ ଓପନର ଆଉଟ ହେବା ପରେ ବିରାଟ କୋହଲି ୫୬ ବଲରେ ୫୫ ରନ ଓ ଶ୍ରେୟାଶ ଆୟାର ୨୧୫ ରନ କରି ଅପରାଜିତ ରହିଥିଲେ । ରଶିଦ ଖାଁ ୨ଟି ଯାକ ୱିକେଟ ଅକ୍ତିଆର କରିଥିଲେ ।
Captain Rohit Sharma is adjudged the Player of the Match for his scintillating record-breaking century in the chase 🔝#TeamIndia register a compelling 8⃣-wicket victory over Afghanistan 👏👏
Scorecard ▶️ https://t.co/f29c30au8u#CWC23 | #INDvAFG | #MeninBlue pic.twitter.com/tlTLOk2xrF
— BCCI (@BCCI) October 11, 2023
ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ଟିମ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିଲେ । ହାସମୁତଲ୍ଲା ଶାହୀଦ ୮୦ ଓ ଅଜମୁତାଲ୍ଲା ୬୨ ରନର ଇନିଂସ ଖେଳିଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟିଂ ବେଳେ ସ୍କୋର ୩୦୦ ପାର କରିବ ବୋଲି ଆଶା କରାଯାଉଥିଲା । ଯଶପ୍ରୀତ ବୁମରାହଙ୍କ ଚମତ୍କାର ବୋଲିଂ ଯୋଗୁ ଦଳ ଏକ ଆଭରେଜ ସ୍କୋର କରିପାରିଥିଲା । ବୁମରାହ ସର୍ବାଧିକ ୪ଟି ୱିକେଟ ନେଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଏବଂ ଶାର୍ଦ୍ଦୁଳ ଠାକୁର ଓ କୁଲଦୀପ ଯାଦବ ଗୋଟିଏ ଲେଖାଁଏ ୱିକେଟ ହାସଲ କରିଥିଲେ । ଟସ ଜିତି ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ପ୍ରଭାବୀ ପ୍ରଦର୍ଶନ ପାଇଁ ରୋହିତ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।