ପୋଖରୀବନ୍ଧଠାରେ ପ୍ରଥମ ବର୍ଷ ଶାରଦୀୟ ଦୁର୍ଗାପୂଜା 

ସାଂସ୍କୃତିକ କାର୍ଯ୍ୟକ୍ରମରେ ରଙ୍ଗିନ ହୋଇ ଉଠୁଛି ପ୍ରତ୍ୟେକ ରାତି

୨୫ରେ ଯୋଗେଶ ଜୋଜୋ ଏବଂ ଚୁମୁକି ମେଲୋଡ଼ି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଧରାବତରଣ କରିଛନ୍ତି ଜଗତଜନନୀ ମାଁ ଦୁର୍ଗା । ଦଶହରା କାହା ପାଇଁ କେମିତି । ମା’ଙ୍କ ଆଗମନରେ କିଏ ମାଗୁଛି କ’ଣ । ମଣ୍ଡପରେ ବିରାଜିତ ମହାମାୟାଙ୍କ ଦର୍ଶନ କରି କିଏ ଆଶୀର୍ବାଦ ଭିକ୍ଷା କରୁଛନ୍ତି ତ ଆଉ କିଏ ଜୀବନ ଜଞ୍ଜାଳରୁ ମୁକ୍ତି ପାଇଁ ମା’ଙ୍କୁ ପ୍ରାର୍ଥନା କରିଛନ୍ତି । ତେବେ ଏହି ଅବସରରେ ପ୍ରଥମଥର ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ମାଁ ହିରାନୀଳା ଷ୍ଟୋନ୍ କ୍ରସର୍ ଠାରେ ଦୁର୍ଗାପୂଜା ଅନୁଷ୍ଠିତ ହୋଇଛି। ପୋଖରୀବନ୍ଧ ମାଁ ହିରାନୀଳା ଷ୍ଟୋନ୍ କ୍ରସର୍ ମାଲିକ ରମେଶ ସାହୁଙ୍କ ପ୍ରଚେଷ୍ଟା ଓ ପୋଖରୀବନ୍ଧ ଗ୍ରାମ ପଞ୍ଚାୟତବାସୀଙ୍କ ସହଯୋଗରେ ଆଖପାଖ ନିକଟ ଅଞ୍ଚଳବାସୀ ନିଜ ଅଞ୍ଚଳରେ ଦୁର୍ଗାପୂଜା ଦେଖିବାକୁ ପାଇଛନ୍ତି । ପ୍ରଥମ ବର୍ଷ ଏହି ପୂଜାପାଇଁ ସ୍ଥାନୀୟ ଯୁବକମାନେ ବେସ୍ ଉତ୍ସାହିତହୋଇ ସହଯୋଗ କରିଛନ୍ତି । ତେବେ ଏହି ଆୟୋଜକ ସଂସ୍ଥାର ନାମ ମାଁ ହିରାନୀଳା ଷ୍ଟୋନ୍ କ୍ରସର୍ ରଖାଯାଇଥିବା ବେଳେ କମିଟିର ନାମ ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା ମହୋତ୍ସବ ପୋଖରୀବନ୍ଧ ରଖାଯାଇଛି । ଏଥିରେ କର୍ତ୍ତା ଭାବେ ମାଁ ହିରାନୀଳା ଷ୍ଟୋନ୍ କ୍ରସର୍ ମାଲିକ ରମେଶ ସାହୁ ଏବଂ ତାଙ୍କ ଧର୍ମପତ୍ନୀ ଶାନ୍ତି ପ୍ରିୟା ସାହୁ ରହିଛନ୍ତି । ୨୦ (ଶୁକ୍ରବାର) ତାରିଖ ଷଷ୍ଠୀ ତିଥିରେ ବିଲ୍ପ ଅଧିବାସ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ (ଶନିବାର ଓ ରବିବାର) ସଂଧ୍ୟାରେ ଶ୍ରୀସାଇ ଅର୍କେଷ୍ଟା ସହିତ ଗାୟିକା ଅନିତା ପଣ୍ଡା ଯୋଗଦେଇ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ । ଗତକାଲି (ସୋମବାର) ନବମୀ ତିଥିରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ନାଚ୍ ପୋଖରୀବନ୍ଧ ନାଚ୍ ଅନୁଷ୍ଠିତ ହୋଇଥିଲା ଏଥିରେ ଅତିଥି ଭାବେ ପିଇଡବ୍ଲୁ ମିଡ଼ିଆ ଏସୋସିଏସନ୍ ସଭାପତି ନିଲେଶ କୁମାର ନାଗ, ସାଧାରଣ ସମ୍ପାଦକ ଗୋପାଳ ଦାସ ମହାନନ୍ଦ, ବରିଷ୍ଠ ଉପଦେଷ୍ଟା ସନ୍ତୋଷ କୁମାର ତୁଳ ଯୋଗଦେଇଥିଲେ । ଆଜି (ମଙ୍ଗଳବାର) ଦଶମୀ ତିଥିରେ ରାତ୍ର ୮ ଘ. ରାବଣପୋଡ଼ି ସହ ନାଚ୍ ପୋଖରୀବନ୍ଧ ନାଚ୍ ଉଦଯାପିତ ହେବକୁ ଥିବା ବେଳେ ଆସନ୍ତା କାଲି ୨୫ ତାରିଖ (ବୁଧବାର) ରାତିରେ ସୁନାମଧନ୍ୟ ହାସ୍ୟ ଅଭିନେତା – ଯୋଗେଶ ଜୋଜୋ ଏବଂ ଚୁମୁକି ମେଲୋଡ଼ି କାର୍ଯ୍ୟକ୍ରମ ରହିଛି ସେହିଭଳି ୨୬ତାରିଖ (ଗୁରୁବାର) ବିସର୍ଜନ କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷରୁ ସୂଚନା ମିଳିଛି । ପ୍ରଥମ ବର୍ଷଠାରୁ ଏହି ଅଞ୍ଚଳରେ ଅନୁଷ୍ଠିତ ହେବ ରାବଣ ପୋଡ଼ି । ଅନୁଷ୍ଠାନର ମୁଖ୍ୟ ଶ୍ରୀ ସାହୁ କହିଛନ୍ତି ଯେ ମାଁ ହୀରାନୀଳା ଷ୍ଟୋନ୍ କ୍ରସର୍ ପକ୍ଷରୁ ଏହି ପୂଜା ପ୍ରଥମଥର ‌ଅନୁ‌ଷ୍ଠିତ ହେଉଛି । ହେଲେ ଏହା ଏକ ନିଛାଟିଆ ଯାଗା ହୋଇଥିବାରୁ ଶହ ଶହଶହ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଆଇନ୍ ଶୃଙ୍ଖଳା ପାଇଁ ବିଶ୍ଵନାଥପୁର ଥାନା ତଥା ନର୍ଲା ଥାନା ପକ୍ଷରୁ ଯେତିକି ସୁରକ୍ଷା ଯୋଗାଇଦିଆଯିବ ତା’ଠାରୁ ଆହୁରି ଅଧିକ ଆମ ସ୍ବଚ୍ଛାସେବୀମାନେ ସୁରକ୍ଷା ଯୋଗାଇଦେବେ । ଯାହାନେଇ କୌଣସି ପ୍ରକାର ଅସୁବିଧା ହେବନାହିଁ ବୋଲି କହିଛନ୍ତି । ଏଥିରେ ପୋଖରୀବନ୍ଧ ଗ୍ରାମ ପଞ୍ଚାୟତର ସମସ୍ତ ଜନସାଧାରଣ ସାମିଲ ହୋଇ ସହଯୋଗ କରୁଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.