ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର କୁ ନେଇ ସୋନପୁର ମୁନିସିପାଲିଟୀ ଘେରାଉ କରାଯାଇଛି l ସହରାଞ୍ଚଳ ରେ ଉନ୍ନୟନ ମୂଳକ କାର୍ଯ୍ୟରେ ଚାଲୁଥିବା ବ୍ୟାପକ ପିସି କାରବାର ଓ ରାସନ କାର୍ଡ ରେ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଙ୍କ ଅଣଦେଖା କୁ ନେଇ ବର୍ଷି ଥିଲେ ବିଜେପି ନେତା ଏବଂ ଏଥି ପ୍ରତି ଦୃଷ୍ଟି ନ ଦେଲେ ଆଗକୁ ଆନ୍ଦୋଳନ କୁ ବ୍ୟାପକ କରାଯିବାକୁ ଚେତାବନୀ ଦେଇଛି ଜିଲ୍ଲା ବିଜେପି l ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର ଙ୍କ ନେତୃତ୍ୱ ରେ ଶତାଧିକ ହିତାଧିକାରୀ ଓ ବିଜେପି କର୍ମୀ ମୁନିସିପାଲିଟୀ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ଥିବାବେଳେ ଏଥିରେ ଶରତ ଶତପଥି, ସୁରେଶ ବିଶ୍ଵାଳ, ଆନନ୍ଦ ବାରିକ, ନବ ଦନ୍ତା, ଯୁବ ମୋର୍ଚ୍ଚା ସଭାପତି ସ୍ୱରୂପ ପାତ୍ର, ଯୁବ କାଉନସିଲର ଗଙ୍ଗାଧର ତରିଆ, ସୁକାନ୍ତ ସାହୁ, ତିଲୋଚନ ତରିଆ, ନରସିଂହ ପୁଷ୍ଟି, ବାବୁଲୁ ସାଗର ଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ l