ହଟିବ ବ୍ରିଟସ ଆଇନ: ଦେଶରେ ଲାଗୁ ହେବ ନୂଆ ଆଇନ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ୧୮୬୦ ମସିହାରୁ ଚାଲିଥିବା ବ୍ରିଟସ ଆଇନକୁ ହଟାଇ ଦିଆଯିବ । ଏନେଇ ଗୃହମନ୍ତ୍ରାଳୟ ପକ୍ଷରୁ ସବୁ ଡିଜିପିଙ୍କ ସହ ଆଲୋଚନା କରାଯାଇଛି । ନୂଆ ଆଇନର କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଛି । ନୂଆ ଆଇନ ଆସିବା ପରେ ଆଇପିସି, ସିଆରପିସି ଓ ଏଭିଡେନ୍ସ ଆକ୍ଟକୁ ହଟାଇ ଦିଆଯିବ । ଇଣ୍ଡିଆନ ପେନାଲ କୋଡ୍ ପରିବର୍ତେ ଆସିବ ଭାରତୀୟ ନ୍ୟାୟ ସଂହିତା ।  କୋଡ ଅଫ୍ କ୍ରିମିନାଲ ପେୟାସିଜିଅର ପରିବର୍ତେ ଲାଗୁ ହେବ ଭାରତୀୟ ନାଗରିକ ସୁରକ୍ଷା ସଂହିତା । ସେହିପରି ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ପରିବର୍ତେ ଲାଗୁ ହେବ ଭାରତୀୟ ସାକ୍ଷ୍ୟ ।ନୂଆ ନିୟମକୁ କାର୍ଯ୍ୟକାର କରିବା ପାଇଁ ଯେଉଁ ସବୁ ପ୍ରାବଧାନ ରହିଛି ସେ ନେଇ ବରିଷ୍ଠ ଆଇପିଏସଙ୍କ ସହ ଆଲୋଚନା କରିଛନ୍ତି ଡିଜିପି । କ୍ରାଇମବ୍ରାଞ୍ଚ ଆଡିସନାଲ ଡିଜି ଅରୁଣ ବୋଥ୍ରାଙ୍କ ଅଧ୍ୟକ୍ଷତାରେ ଏକ କମିଟି ସଦ୍ୟ ଗଠନ କରାଯାଇଛି । କେନ୍ଦ୍ର ଗୃହ ସଚିବ ଏନେଇ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିପିଙ୍କ ସହ ଭିସି ଯୋଗେ ଆଲୋଚନା କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.