ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଧର୍ମଗଡ ରେଞ୍ଜ ଦକ୍ଷିଣ ବନଖଣ୍ଡ ଅଧିନ କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ପକ୍ଷରୁ ଗୁରୁବାର ସ୍ଥାନୀୟ ସରକାରୀ ଆବାସିକ ବିଦ୍ୟାଳୟଠାରେ ୭୫ତମ ବନ ମହୋତ୍ସବ ପାଳିତ ହୋଇଛି। ଏସ୍ଏସଡି ହାଇସ୍କୁଲର ପ୍ରଧାନଶିକ୍ଷକ ଶୁଶାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଧର୍ମଗଡ଼ ବନାଞ୍ଚଳ ଅଧିକାରୀ ଭବାନୀ ଶଙ୍କର କାଉଁର, ଉପ ବନାଞ୍ଚଳ ଅଧିକାରୀ ସୁରେନ୍ଦ୍ର କୁମାର ବେହେରା ପ୍ରମୁଖ ଅତିଥି ଯୋଗଦେଇଥିଲେ। ଅତିଥି ଓ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସ୍କୁଲ ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇଥିଲା। ଏହି କ୍ରମରେ ବୃକ୍ଷ ରୋପଣ ପରେ କିପରି ତା’ର ଜତ୍ନ ନିଆଯିବ ସେନେଇ ଏକ ଆଲୋଚନା ଚକ୍ର ହୋଇଥିଲା। ଆମପାଣି ବନପାଳ ମନିଷା ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବନରକ୍ଷୀ ନାରାୟଣ ନାଗ, ମନୋରଞ୍ଜନ ମହାପାତ୍ର, ଆମ ଜଙ୍ଗଲ ଯୋଜନାର ଦୁର୍ଗା ପ୍ରସାଦ ମିଶ୍ର, ଆମ ଜଙ୍ଗଲ ଯୋଜନା ବିକାଶ ଅଧିକାରି ରାହୁଲ କୁମାର ସେଠୀ, ତ୍ରିବିକ୍ରମ ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ।





