କଳାହାଣ୍ଡି ଉତ୍ସବ ଉପଲକ୍ଷେ ଉଦଘାଟିତ ହେଲା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଉତ୍ସବ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା କରାଯାଉ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଓ ବିଶ୍ଵନାଥପୁର ବ୍ୟାଡମିଣ୍ଟନ ଆସୋସିଏସନ ମିଳିତ ଉଦ୍ୟମରେ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବିଧାୟକ ପ୍ରତିନିଧି ପ୍ରଦିପ ଘଢେଇ ଯୋଗଦେଇ ଥିଲେ। ସମ୍ମାନୀତ ଅତିଥି ଭାବେ ଉପାଧ୍ୟକ୍ଷ ସଞ୍ଜିବ କୁମାର ନାୟକ, ସମାଜସେବୀ ହରିଶଙ୍କର ପାତ୍ର,ପୂର୍ବତନ ଉପାଧ୍ୟକ୍ଷ ଜଗଦୀଶ ବେନିଆ, ସମାଜ ମଙ୍ଗଳ ସଂପ୍ରସାରଣ ଅଧିକାରୀ ପଙ୍କଜ ବଳିଆର ସିଂ, ବିଶ୍ଵନାଥପୁର ସମିତି ସଭ୍ୟ ଅଜିତ ପ୍ରଧାନୀ, ରମେଶ କୁମାର ତୁଳ, ତରୁଣ କୁମାର ଦାସ ପ୍ରମୁଖ ମଞ୍ଚାସିନ ଥିଲେ। ପୂଜାର୍ଚ୍ଚନା ପରେ ବିଧିବଦ୍ଧ ଭାବେ ଖେଳକୁ ଉଦଘାଟନ କରି ଖେଳର ଶୁଭାରମ୍ଭ କରିଥିଲେ। ଖେଳକୁ ଅଫିସିଆଲ୍ ରେଫରି କିଶୋର କୁମାର ଘଢେଇ ପରିଚାଳନା କରିଥିବା ବେଳେ ପରିଚାଳନାରେ ଲାଞ୍ଜିଗଡ଼ ବ୍ୟାଡମିଣ୍ଟନ ଆସୋସିଏସନ ସଭାପତି ଧବଳେଶ୍ଵର ଠେଲାଙ୍କ ନେତୃତ୍ୱରେ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.