ମୁଣ୍ଡୁରାଗୁଡାଠାରେ ବନ ମହୋତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ମୁଣ୍ଡୁରାଗୁଡା ଆଞ୍ଚଳିକ ମଞ୍ଚ ତରଫରୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସଭ୍ୟା ମାନଙ୍କୁ ନେଇ ସଭାନେତ୍ରୀ ଅଞ୍ଜଳି ମୁଣ୍ଡ ଙ୍କ ସଭାପତିତ୍ୱରେ ସ୍ଥାନୀୟ ଧବଳେଶ୍ଵର ମନ୍ଦିର ପରିସର ଠାରେ ବ୍ରୁକ୍ଷ ରୋପଣ ଓ ସଚେତନତା ଶିବିର ଆୟୋଜିତ ହେଇ ଯାଇଛି। ଏଥିରେ ସାଧନ କର୍ମୀ ଭାବେ ଗୋଷ୍ଠୀ ସହାୟିକା ପଦ୍ମାବତୀ ପଟେଲ, ସଭାନେତ୍ରୀ ପାର୍ବତୀ ରଣା, ପୂଜନ ପଟେଲ, ବିଲାସିନୀ ନାଗ, ଗାୟତ୍ରୀ ସୁନାନୀ ପ୍ରମୂଖ ଯୋଗଦାନ କରି ଗଛ ଲଗାଇବା ଓ ଏହାର ଯତ୍ନ ଏବଂ ଉପକାରିତା ଉପରେ ସଚେତନ କରିଥିଲେ। କାର୍ଯ୍ୟକ୍ରମରେ ସ୍ବୟଂ ସହାୟିକା ଗୋଷ୍ଠୀ ସଭ୍ୟାମାନେ ମୂଖ୍ୟ ରାସ୍ତାର ଦୁଇ ପାର୍ଶ୍ବ କାଳୀ ଡଂଗରୀ, ଧବଳେଶ୍ଵର ମନ୍ଦିର ପରିସର ଓ ଖେଳ ପଡ଼ିଆ ପ୍ରାଙ୍ଗଣ ରେ ଶତାଧିକ ଚାରା ରୋପଣ କରିଥିଲେ। ମହିଳାମାନେ ବୃକ୍ଷର ସୁରକ୍ଷା ପାଇଁ ଶପଥ ପାଠ କରିବା ସହ ପରିବେଶ ସୁରକ୍ଷା ଦିଗରେ କାମ କରିବାକୁ ପ୍ରତିଜ୍ଞାବଦ୍ଧ ହୋଇଥିଲେ। ରଶ୍ମିତା ନିଆଲ ସ୍ବାଗତ ଭାଷଣ କରିଥିବା ବେଳେ ରଶ୍ମିତା ମାଝି ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.