୩୭ତମ ଜାତୀୟ ସଡକ ସୁରକ୍ଷା ମାସ ପାଇଁ ବିଶାଳ ସଚେତନତା ସାଇକେଲ ରାଲି


ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ୩୭ତମ ଜାତୀୟ ସଡକ ସସୁରକ୍ଷା ମାସ-୨୦୨୬ର ବାର୍ତ୍ତା “ସଡକ ସୁରକ୍ଷା, ଜୀବନ ରକ୍ଷା” ଶିର୍ଷକରେ ଜିଲ୍ଲା ପ୍ରଶାସନ ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ କଳାହାଣ୍ଡି ଦ୍ୱାରା ଆୟୋଜିତ ଏକ ବିଶାଳ ସଚେତନତା ସାଇକେଲ ର‌୍ୟାଲି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା। ଏହି ର‌୍ୟାଲିରେ ସ୍ଥାନୀୟ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟକ୍ଷ ପରମେଶ୍ୱର ମୁଣ୍ଡ, ଅଧ୍ୟାପକ ଶୁଭେନ୍ଦୁ କୁମାର ପାଢୀ, ଏନ୍‌ଏସ୍‌ଏସ୍ କାର୍ଯ୍ୟକ୍ରମ ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ, ଏନ୍‌ସିସି ଅଫିସର ସୁଶାନ୍ତ କୁମାର ଦାଶ, ମିନିକେତନ ସାହୁ, ନାଜନିନ ସୁଲତାନା ଯୋଗଦାନ କରିଥିଲେ। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ କଳାହାଣ୍ଡିର ଡେପୁଟି କମିଶନର ପ୍ରତାପ କିଶୋର ପଣ୍ଡା, ଜୁନିୟର ଏମ୍‌ଭିଆଇ ରାମକୃଷ୍ଣ ମାଝୀ, ଟିଆଇ ମିଥୁନ ପ୍ରଧାନ, କଳାହାଣ୍ଡି ଜିଲ୍ଲା ପୋଲିସ ଓ ପ୍ରଶାସନର ଅନେକ କର୍ମଚାରୀ ଏକ ବିଶାଳ ର‌୍ୟାଲି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରୁ ବାହାରି ଏମ୍‌ଏସ୍‌ଏ ଛକ, ମାଣିକେଶ୍ୱରୀ ହାଇସ୍କୁଲ ଛକ, ଷ୍ଟେଚ୍ୟୁ ଛକ ଓ ମାଣିକେଶ୍ୱରୀ ମନ୍ଦିର ଦେଇ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ପହଞ୍ଚିଥିଲା। ସାଧାରଣ ଜନତାଙ୍କୁ ସଡକ ସୁରକ୍ଷାର ସମସ୍ତ ନୀୟମାବଳୀ ସଚେତନ କରାଯିବା ସହ ଜୀବନ ରକ୍ଷାର ବାର୍ତ୍ତା ଦିଆଯାଇଥିଲା। ଏହି ବିଶାଳ ର‌୍ୟାଲିର ସଫଳତା ପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, କଳାହାଣ୍ଡି ଜିଲ୍ଲା ଓ ପୋଲିସ ପ୍ରଶାସନ ସହ ଅନେକ ମହାବିଦ୍ୟାଳୟରୁ ଛାତ୍ରଛାତ୍ରୀ ଯୋଗଦେଇ ସଚେତନର ବାର୍ତ୍ତା ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.