ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ସାମ୍ବାଦିକ ପ୍ରଦୀପ ସାହୁ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକର ବରିଷ୍ଠ ସାମ୍ବାଦିକ ତଥା ସାମାଜିକ କର୍ମୀ ପ୍ରଦୀପ କୁମାର ସାହୁ ନିଜ ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କରିଥିବା ଦେଖାଯାଇଛି। ସେ ତାଙ୍କ ୫୦ତମ ଜନ୍ମ ଦିବସ ପାଳନ କରିବାକୁ ଯାଇ ଏହି ବ୍ଲକର କେର୍ଣାପଲା ଠାରେ ଜନସେବା କାର୍ଯ୍ୟକ୍ରମ କରିଥିଲେ। ଏହି ଅବସରରେ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ବିଜେଡି ବ୍ଲକ ସଭାପତି ଯଶୋବନ୍ତ ସାହୁ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଘ ରାଜ୍ୟ ସଭାପତି ରିପୁ ଦମନ ସୌରଭ ମିଶ୍ର, ପ୍ରେସ କ୍ଲବ ସଭାପତି ନରୋତ୍ତମ ସେଲମା, ସାମ୍ବାଦିକ ସତ୍ୟନାରାୟଣ କୁମାର, ଭଜଶ୍ୟାମ ସାହୁ, ଯୁବ ସଂଗଠକ ତ୍ରିସଙ୍କ ରଣା (ସୋନୁ) ପ୍ରମୁଖଙ୍କ ଉପସ୍ଥିତରେ ଗ୍ରାମର ସମସ୍ତ ବୃଦ୍ଧବୃଦ୍ଧା ମାନଙ୍କୁ ସେ ଶୀତ ବସ୍ତ୍ର ବଣ୍ଟନ କରିଥିଲେ। ତାଙ୍କର ଏହି ମହତ ପ୍ରୟାସକୁ ଗ୍ରାମବାସୀମାନେ ପ୍ରଶଂସା କରିବା ସହ ଆଶୀର୍ବାଦ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.