କୋକସରାରେ ବ୍ଳକସ୍ତରୀୟ ପରାମର୍ଶ ଶିବିର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ କଳାହାଣ୍ଡି ତରଫରୁ ଗୁରୁବାର କୋକସରା ବ୍ଳକ ସଭାଗୃହଠାରେ ବ୍ଳକସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ ହୋଇଛି। ଆୟୋଜିତ ଏହି ଶିବିରରେ ବ୍ଲକ ବରିଷ୍ଠ କିରାଣୀ ବିନୋଦ କୁମାର ନାଏକ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ସିଏମ୍ ସ୍କିଲ ଡେଭଲପମେଣ୍ଟ ଫିଲୋ ପ୍ରିୟା ବୋଡାଡେ, କର୍ମନିଯୁକ୍ତି ସଂସ୍ଥାର ମୁଖ୍ୟ କିରାଣୀ ମୂଖ୍ୟ କିରାଣୀ ସୁବ୍ରତ ମେହେର, କନିଷ୍ଠ କିରାଣୀ ବିପ୍ଳବ ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ। ଶିବିରରେ ବ୍ଳକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଅଷ୍ଟମ ପାସରୁ ସ୍ନାତକ, ଆଇଟିଆଇ, ଡିପ୍ଲୋମା ଆଦି ପାଠ ପଢିଥିବା ୧୮ରୁ ୩୦ ବର୍ଷର ଯୁବକ ଯୁବତୀ‌ମାନଙ୍କୁ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ପରାମର୍ଶ ଦିଆଯାଇଥିଲା।

ସରକାରୀ ଆଇଟିଆଇ ଭବାନୀପାଟଣା, ପଲିଟେକନିକ୍ ଭବାନୀପାଟଣା, ଜନଶିକ୍ଷା ସଂସ୍ଥାନ କଳାହାଣ୍ଡି, ରିଟେଲ ଆଣ୍ଡା ଲାର୍ଜେଷ୍ଟ ଭବାନୀପାଟଣା, ସାହାନ କ୍ଳୋଷ୍ଟିଙ୍ଗ, ବେଦାନ୍ତ ପ୍ରାଇଭେଟ୍ ଲିମୀଟେଡ, ଗଭର୍ଣ୍ଣମେଣ୍ଟ ପଲିଟେକନିକ୍ ଭବାନୀପାଟଣା, ଏସାଇଏସ୍ ସିକ୍ୟୁରିଟି, ସାଇ ଏକ୍ସପୋର୍ଟ ଭବାନୀପାଟଣା, ସିଟିଟିସି ଭବାନିପାଟଣା ଭଲି ୧୦ରୁ ଉର୍ଦ୍ଧ୍ବ କର୍ମ ନିୟୋଜନ ସଂସ୍ଥା ଯୋଗଦେଇ ଥିଲେ।

ଶିବିରରେ ବିଭିନ୍ନ ଗ୍ରାମରୁ ୧୭୦ ଜଣ ଶିକ୍ଷିତ ଯୁବକ ଯୁବତୀମାନେ ନିଜ ନିଜ ନାମ ପଞ୍ଜିକରଣ କରାଇ ସଂସ୍ଥା ମାନଙ୍କ ଦ୍ଵାରା ନିଯୁକ୍ତି ନେଇ ପରାମର୍ଶ ନେଇଥିଲେ। କାର୍ଯ୍ୟକ୍ରମକୁ ବିପିଏମ୍ ମାନସ ରଞ୍ଜନ ବାରିକ ସଂଯୋଜନା କରିଥିବାବେଳେ ବିଏଲସି ସୈମ୍ୟାରଞ୍ଜନ ପଣ୍ଡା ସମେତ ସମସ୍ତ ଏମବିକେ, ସିଆରପି-ସିଏମ୍ ଓ ବ୍ଳକ କର୍ମଚାରୀ ମାନେ ସହଯୋଗ କରିଥିଲେ। ଶିବିରରେ ବ୍ଳକର ୨୨ ଗୋଟି ପଞ୍ଚାୟତରୁ ଯୁବକ ଯୁବତୀ ମାନେ ଯୋଗଦେଇ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.