ଗୋବର୍ଦ୍ଧନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିପୁଣ ଓଡ଼ିଶା ମେଳା ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ନିପୁଣ ଓଡ଼ିଶା ମେଳା ମୌଳିକ ସାକ୍ଷ୍ୟରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ଅଭିନବ ନୂତନ ଶିକ୍ଷା ପଦ୍ଧତିରେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ଶ୍ରେଣୀ ଛାତ୍ର ଛାତ୍ରୀ ମାନେ କିଭଳି ନିଜ ଭାଷା ଏବଂ ସଂଖ୍ୟାକୁ ପ୍ରାଞ୍ଜଳ ଭାବେ ନିଜ ଭାଷାରେ ବୁଝିପାରିବେ ଲେଖି ପାରିବେ ଏବଂ କହିପାରିବେ ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ପରବର୍ତ୍ତୀ ୨୦୨୬-୨୭ ଶିକ୍ଷାବର୍ଷ ଠାରୁ କିଭଳି ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ପରବର୍ତ୍ତୀ ଶ୍ରେଣୀରୁ ନିଜେ ଭାଷା ଓ ସଂଖ୍ୟଜ୍ଞାନ ଜାଣିପାରିବେ ସେଇଥିପାଇଁ ବର୍ତ୍ତମାନଠାରୁ ପିଲାଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ୨୦ ଗୋଟି ସ୍କୁଲର ଦୁଇ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଲାଞ୍ଜିଗଡ କ୍ଲଷ୍ଟର ସଂଯୋଜକ କୁମାର ଗୌରବ ପରିଡ଼ାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋବର୍ଦ୍ଧନପୁର ସରପଞ୍ଚ ବୈଦେହୀ ମାଝୀ ଯୋଗଦେଇଥିବା ବେଳେ ସମ୍ମାନିତଅତିଥି ଭାବେ ସାମ୍ବାଦିକ ସନ୍ତୋଷ କୁମାର ତୁଳ ସୁଶୀଲ ବାଗ, ଗୋପାଳ ଦାସ ମହାନନ୍ଦ, ନିଲେସ କୁମାର୍ ନାଗ, ଗୋବର୍ଦ୍ଧନପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ବୁଦ୍ଧିଆ ପ୍ରମୁଖ ଯୋଗଦେଇ ଥିଲେ। ଶିକ୍ଷକ ଶରତ ଚନ୍ଦ୍ର ସାହାଣୀ, ଚିନ୍ତାମଣି ବିଶ୍ଵାଳ, ସୁରେନ୍ଦ୍ର କୁମାର ବିଶ୍ଵାଳ, ଲୋକନାଥ ହରିଜନ, ମନୋରଞ୍ଜନ ଦୀପ, ଗୁଣନିଧି ଛତ୍ରିଆଙ୍କ ସମେତ ୨୦ ଗୋଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ତପନ କୁମାର ଭୋଇ ପରିଚାଳନା କରିଥିବାବେଳେ କ୍ଲଷ୍ଟର ସଂଯୋଜକ ଶ୍ରୀ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.