ନର୍ଲା ବ୍ଲକ ଡମ୍ବ ସମାଜ ପୁର୍ନଗଠନ : ବରୁଣ ନାଏକ ଅସ୍ଥାୟୀ ସଭାପତି, ମନୋନିତ ହେଲେ ଜୋନ ଓ ବ୍ଲକ ସଂଯୋଜକ
କଳାହାଣ୍ଡି,୧୬/୧୨ : ନର୍ଲା ବ୍ଲକ ତୁଲାଗାଁ ଜୀବନଧାରା ପରିଷରରେ ଆଜି (ରବିବାର) ବିଶାଳ ଡମ୍ବ ସମାଜ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଅରୁଣ ନାଏକଙ୍କ ସଭାପତିତ୍ବ ଆୟୋଜିତ ଉକ୍ତ ସମାରୋହରେ ପ୍ରଥମେ ଦଳିତ ସମାଜର ତ୍ରାଣକର୍ତ୍ତା, ସମ୍ବିଧାନ ପ୍ରଣେତା ଡକ୍ଟର ବି ଆର ଆମ୍ବେଦକରଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ ଓ ପୂଜାର୍ଚ୍ଚନା କରାଯାଇଥିଲା ।
ମଞ୍ଚରେ ଅରୁଣ ନାଏକ, ଅଭୟ ନାଏକ, ଦର୍ପ ସେନାପତି, କମଲ ତାଣ୍ଡି, ନିର୍ମଲ ଦୀପ, ସତ୍ରୁଘନ ସେନାପତି, ଭରତ ବାଗ, ନରୋତ୍ତମ କରୁଆଁ, ତ୍ରିନାଥ ହରପାଲ, ଚିତ୍ରସେନ ବାଗ, ରାଜେନ୍ଦ୍ର ସିଖା ପ୍ରମୂଖ ମଞ୍ଚାସୀନ ରହି ସମାଜର ଉନ୍ନତି ଉପରେ ଆଲୋକପାତ କରିବାସହ ନର୍ଲା ବ୍ଲକ ଡମ୍ବ ସମାଜର ପୁର୍ନଗଠନ ୨୦୧୯ – ୨୦ ଉପରେ ଆଲୋଚନା କରିଥିଲେ ।
ସର୍ବସମ୍ମତ୍ତି କ୍ରମେ ଅସ୍ଥାୟୀ ସଭାପତି ଭାବେ ବରୁଣ ନାଏକଙ୍କୁ ଦାଇତ୍ବ ଅର୍ପଣ କରାଯାଇଥିଲା । ସେହିପରି ଭାବରେ ନର୍ଲାର ୩ଟି ଜୋନ୍ ପାଇଁ ତିନି ଜଣ ସଂଯୋଜକ (କୋର୍ଡିନେଟର)ଙ୍କୁ ମନୋନିତ କରାଯାଇଥିଲା । ଜୋନ ୧ ପାଇଁ ପ୍ରହଲ୍ଲାଦ ଦୀପ, ଜୋନ ୨ ପାଇଁ ନରୋତ୍ତମ କରୁଆଁ ଓ ଜୋନ ୩ ପାଇଁ କମଲ ତାଣ୍ଡି ଓ ଅସ୍ଥାୟୀ ସଭାପତିଙ୍କୁ ସହଯୋଗ କରିବାପାଇଁ ବ୍ଲକ ସଂଯୋଜକ ଭାବେ ସତ୍ରୁଘନ ସେନାପତି ଦାଇତ୍ବ ଗ୍ରହଣ କରିଛନ୍ତି । ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ କୌତୁକ ଖମାରୀ ମଞ୍ଚ ପରିଚାଳନା କରିଥିବାବେଳେ ଅଭୟ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଡମ୍ବ ସମାଜର ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ ।
Report : Niranjan Goud, Special Correspondent odiabarta.in






