କଳାହାଣ୍ଡି ଶ୍ରମ ବିଭାଗ ତରଫରୁ କୌଣସି ସହୟତା ନକରିବା ଅତ୍ୟନ୍ତ ର୍ଦୁଭାଗ୍ୟ ଜନକ – ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ
ଲାଞ୍ଜିଗଡ଼,୧୫/୧୨ : ଗତ ୮ତାରିଖ ଦିନ କେରଳରେ ଜଣେ ଯୁବତିର ମୃତ୍ୟୁ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଦିର୍ଘ ୬ଦିନ ପରେ ନିଜ ଭିଟାମାଟି ବିଜେପୁରକୁ ଶବ ଫେରିଛି । ସୁଚନା ଅନୁସାରେ ବିଜେପୁରର କାର୍ତ୍ତିକ ନାଏକ ଓ କାନକୁଟ୍ରୁ ପଞ୍ଚାୟତ ବଚ୍ଚକା ଗାଁର ନଫିସା ହରିଜନ ଦୁଇଜଣ ବର୍ଷେ ତଳେ ପ୍ରେମ ବିବାହ କରିଥିଲେ । ଗାଁରେ କାମଧନ୍ଦା ନମିଳିବାରୁ ଦମ୍ପତି ସୁଦୁର କେରଳ ରାଜ୍ୟକୁ ଯାଇ ତ୍ରିଶୁରରେ ଏକ ଘରଭଡା ନେଇ ରହିଥିଲେ । କାର୍ତ୍ତିକ ଏକ ଘରୋଇ କମ୍ପାନୀରେ ଦିନ ମଜୁରୀଆ ଭାବେ କାମ କରୁଥିବା ବେଳେ ସ୍ତ୍ରୀ ନଫିସା ଘରେ ରହୁଥିଲା । ଗତ ୮ତାରିଖ ଦିନ ନଫିସାର ଦେହ ଜ୍ୱର ହୋଇ ଗୁରୁତର ହେବାରୁ ତ୍ରୀଶୁରରେ ଥିବା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ସମୟରେ ନଫିସାର ମୃତ୍ୟୁ ହୋଇଥିଲା । ଏହି ଖବର ପାଇ ନଫିସାର ପରିବାର ଲୋକେ ଶବ ଆଣିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ଗୁହାରୀ କରିଥିଲେ । ହେଲେ ନଫିସା କେରଳର କୈାଣସି ଜାଗାରେ କାମ କରୁନଥିବାରୁ ଓ ତାର ମୃତ୍ୟୁ ସ୍ୱଭାବିକ ଥିବାରୁ ଶ୍ରମ ବିଭାଗ ଶବ ଆଣିବା ପାଇଁ ମନା କରିଦେଇଥିଲା । ପରେ ନଫିସାର ସ୍ବଶୁର ଘର ଲୋକେ ଜମିବାଡି ବିକ୍ରି କରି ନଫିସାର ଶବ ଗାଁ ଆଣିବା ପାଇଁ ଚେଷ୍ଟା କରିଥିଲେ । କେରଳ ସରକାର କେରଳରୁ ବିଶାଖାପାଟଣାମ ପର୍ଯ୍ୟନ୍ତ ଉଡାଜାହଜରେ ଆଣିବା ପାଇଁ ୩୦ହଜାର ଟଙ୍କା ସହାୟତା ରାଶି ଦେଇଥିବା ନଫିସାର ସ୍ୱାମୀ କାର୍ତ୍ତିକ ନାଏକ ପ୍ରକାଶ କରିଥିବା ବେଳେ ବିଶାଖାପାଟଣାମରୁ ନିଜ ଗାଁ ବିଜେପୁର ପର୍ଯ୍ୟନ୍ତ ଆଣିବା ପାଇଁ ଆମ୍ବୁଲାନ୍ସରେ ୧୫ହଜାର ଟଙ୍କା ନିଜେ ଖର୍ଚ୍ଚ କରିଥିବା କହିଛନ୍ତି । ହେଲେ କଳାହାଣ୍ଡି ଶ୍ରମ ବିଭାଗ ତରଫରୁ କୈାଣସି ସହୟତା ନକରିବା ଅତ୍ୟନ୍ତ ଦୃଭାଗ୍ୟ ଜନକ ବୋଲି ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ.ଫକୀର ମୋହନ ମାଝୀ ଶୋକ ବ୍ୟକ୍ତ କରିଛନ୍ତି । ଗତ ୧୦ଦିନ ମଧ୍ୟରେ ବ୍ଲକର ଦୁଇଜଣ ଦାଦନର ମୃତ୍ୟୁ କେରଳରେ ଘଟିଥିବା ବେଳେ ଲାଞ୍ଜିଗଡ ବିଧାୟକ ପ୍ରଦିପ ଦିଶାରୀ ବ୍ଲକ ଅଞ୍ଚଳକୁ ଆସି ମଧ୍ୟ ତାଙ୍କ ପରିବାର ନିକଟକୁ ନଯିବା କିମ୍ବା କୈାଣସି ସହାୟତା ନକରିବାକୁ ନେଇ ଅଞ୍ଚଳବାସି ନାପସନ୍ଦ କରିଛନ୍ତି । ନଫିସାର ଶବ ଆସିଲା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ପରିବାର ଜ୍ଞ୍ୟାତି କୁଟୁମ୍ବ ଓ ଗ୍ରାମବାସି ୬ଦିନ ହେଲା ନଫିସାର ମୃତଦେହକୁ ପରମ୍ପରା ଅନୁଯାଇ ଶତ୍କାର କରିବା ପାଇଁ ଅପେକ୍ଷା କରିଥିଲେ । ଏହି ପରିବାର ବର୍ଗଙ୍କୁ ସରକାରୀ ସ୍ଥରରୁ ସହାୟତା ଯୋଗାଇଦେବା ପାଇଁ ଅଞ୍ଚଳବାସି ଦାବି କରିଛନ୍ତି ।