ଅନ୍‌ଲାଇନ୍‌ରେ ସମ୍ବାଦ ସାହିତ୍ୟ ଘରର ମାସିକ ବୈଠକ

ଦୁନିଆରେ ମା’ର ବିକଳ୍ପ ନାହିଁ

କଳାହାଣ୍ଡି,୧୦/୫: ଦୁନିଆରେ ମା’ର ବିକଳ୍ପ ନାହିଁ। ମାନବ ଜାତିର ସୃଷ୍ଟିକର୍ତ୍ତା ମା’ମାନେ ଏବେ ଅବହେଳିତ। ଦୁନିଆକୁ ଆଲୋକ ଦେଖାଉଥିବା ମା’ର ସ୍ନେହଭରା ପଣତକାନି ମଣିଷ ଭିତରେ ଏକ ନିଆରା ଅନୁଭୁତି। ମହମବତୀ ଭଳି ଅନ୍ୟକୁ ଆଲୋକ ଦେଖାଉଥିବା ମା’ ନିଜେ ଦୁଃଖ ଯନ୍ତ୍ରଣା ଏବଂ ଶୋଷଣର ଶିକାର ହେଉଛି। ମା’କୁ ସମ୍ମାନ ଏବଂ ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ଆଜି ସନ୍ଧ୍ୟାରେ ଭବାନୀପାଟଣା ସମ୍ବାଦ ସାହିତ୍ୟ ଘରର ଅନ୍‌ଲାଇନ୍‌ ଭିଡ଼ିଓ କନ୍ଫରେନ୍ସ ଯୋଗେ ଅତିଥିମାନେ ମତବ୍ୟକ୍ତ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କଳାହାଣ୍ଡି ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର କୁମାର ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ସାହିତ୍ୟ ଘର’ର ମାସିକ ବୈଠକରେ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଶିବରାମ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବ ବେଳେ ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ଗାଳ୍ପିକ ସୁକାନ୍ତ ସାହୁ ଯୋଗ ଦେଇ ଉଦବୋଧନ ଦେଇଥିଲେ।

Udyog Nursery
Udyogi Nursery

ଏହି ଅବସରରେ ବିରଞ୍ଚି ନାରାୟଣ ମୁଣ୍ଡ , ମିନତୀ କୁମାରୀ ପ୍ରଧାନ, ଡିଲେଶ୍ୱର ରଣା, ସୁଧୀର କୁମାର ଧଙ୍ଗଡାମାଝୀ, ପରମା ନାଏକ, ଗୀତାଞ୍ଜଳି ମହାନ୍ତି, ଆଶୁତୋଷ ପୁରୋହିତ, ସ୍ୱାବିତ ପାତ୍ର, ସ୍ନିଗ୍ଧାରାଣୀ ସିଂହ, ସବିତା ଶତପଥି, ଆନନ୍ଦ ଶଗରିଆ, ଯୁଧିଷ୍ଠିର ମୁଦୁଲି, ନାହେଦା ଶାହିନ୍, ଚିନ୍ମୟ ପଣ୍ଡା, ସଂଜୀବ ପଣ୍ଡା, ସାବିତ୍ରୀ ମହାରଣା, ସୁଦେଷ୍ଣା ପଣ୍ଡା, ଲିପ୍ସା ମହାରଣା, ସୋନାଲି ମହାରଣା, କୁମୁଦ ନାଗ, ରିତା ପଟଯୋଶୀ, କଳ୍ପନା ରଥ, ମଂଜୁରାଣୀ ରଥ, ମୀନା ମୁଣ୍ଡ, ନରୋତ୍ତମ ପାତ୍ର, ରୁପ୍ରା ସମ୍ବାଦ ପ୍ରତିନିଧି ଅଜୟ ସେନାପତି ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ବିରଞ୍ଚି ନାରାୟଣ ମୁଣ୍ଡ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଶୁତୋଷ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.