ମୋହନା ସାମ୍ବାଦିକ ସଂଘର ବାର୍ଷିକ ବୈଠକ ଓ କର୍ମକର୍ତ୍ତା ଚ଼ୟନ

ସାଧାରଣଜନତାଙ୍କ ମୌଳିକ ସମସ୍ୟାଗୁଡ଼ିକୁ ଅନୁଧାନ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ଉପରେ ଗୁରୁତ୍ୱାରୋପ

ମୋହନା, (ଏସ୍ ତ୍ରିପାଠୀ) : ମୋହନା ସାମ୍ବାଦିକ ସଂଘ (ଏମଜେୟୂ)ର ପ୍ରଥମ ବାର୍ଷିକ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ ସ୍ଥାନୀୟ ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସଭାପତି ମିହିର ଜତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ୧୫ରୁ ଉର୍ଦ୍ଧ୍ଵ ପ୍ରିଣ୍ଟ ମିଡ଼ିଆ ଓ ଇଲୋକ୍ଟ୍ରୋନିକ୍ସ ମିଡ଼ିଆର ପ୍ରତିନିଧି ଯୋଗ ଦେଇଥିଲେ। ପ୍ରଥମେ ସାମ୍ବାଦିକ ବନ୍ଧୁମାନେ ପରସ୍ପରକୁ ନୂତନ ବର୍ଷର ହାର୍ଦ୍ଧିକ ଅଭିନନ୍ଦନ ଜଣାଇବା ସହିତ ସଂଘର ଆଭିମୁଖ୍ୟ, ପରବର୍ତ୍ତୀ କାର୍ଯ୍ୟପନ୍ଥା , ଲକ୍ଷ୍ୟ, ଉଦ୍ଦେଶ୍ୟ, ଐକତା ବଜାୟ ରଖିବା, ନିର୍ଭିକ ଓ ନିରପେକ୍ଷ ସାମ୍ବାଦିକତା ଏବଂ ଜନସାଧାରଣଙ୍କ ମୌଳିକ ସମସ୍ୟାଗୁଡ଼ିକୁ ଅନୁଧାନ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ଉପରେ କର୍ମକର୍ତ୍ତାମାନେ ମତବ୍ୟକ୍ତ କରିଥିଲେ।

ମୋହନା ସାମ୍ବାଦିକ ସଂଘର ନୂତନ ସଭାପତି ଭାବେ ପଞ୍ଚାନନ ଦାଶ ଏବଂ ସମ୍ପାଦକ ଯୋଗେନ୍ଦ୍ର କୁମାର ରଥ ମନୋନୀତ

ଦ୍ୱିତୀୟ ପର୍ଯ୍ୟାୟରେ କର୍ମକର୍ତ୍ତା ଚୟନ କରାଯାଇଥିଲା । ସର୍ବସମ୍ମତି କ୍ରମେ ସଂଘର ନୂତନ ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ପଞ୍ଚାନନ ଦାଶଙ୍କୁ ଚୟନ କରାଯାଇଥିବା ବେଳେ ଉପସଭାପତି ଭାବେ ମାଣିକ ଜେନା, ସମ୍ପାଦକ ଯୋଗେନ୍ଦ୍ର କୁମାର ରଥ, ସହ ସମ୍ପାଦକ ସାଗର ବଳିଆର ସିଂ, କୋଷାଧ୍ଯକ୍ଷ ସୁହାନ ଛିଞ୍ଚାଣି, ସାଙ୍ଗଠନିକ ସମ୍ପାଦକ ଅଂଶୁମାନ ପଣ୍ଡା, ଉପଦେଷ୍ଟା ଭାବେ ପୂର୍ବତନ ସଭାପତି ତଥା ସାମ୍ବାଦିକ ମିହିର ଜତି, ବରିଷ୍ଠ ଓକିଲ ମଧୁସୂଦନ ପାଢୀ, ଓକିଲ ସଂଘ ସଭାପତି ରବିନ୍ଦ୍ର କୁମାର ନାୟକ, ସମାଜସେବୀ ଭିକାରୀ ଚରଣ ବେହେରା, ଓକିଲ ପ୍ରଭାତ କୁମାର ପାତ୍ରଙ୍କ ସମେତ ସଭ୍ୟ ମୋହନ ଗୌଡ଼, ମୋଜେସ ରଇତ, ବିମଳ କୁମାର ମଳିକ, ଦେବାଶିଷ କାର୍ଯୀ, ଶ୍ରୀକାନ୍ତ ମହାପାତ୍ର, ପ୍ରମୋଦ ଦୋରା ସୁଶାନ୍ତ ମାଳି, ସୁଷମା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଆଗକୁ ସାମ୍ବାଦିକ ସଂଗଠନକୁ ସୁଦୃଢ଼ କରି ମୋହନା ବ୍ଳକ ଅଞ୍ଚଳବାସୀଙ୍କ ବିକାଶ କରିବାରେ ସମସ୍ତେ ସହଯୋଗ କରିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଶେଷରେ ସଭାପତି ଶ୍ରୀ ଦାଶ ସମସ୍ତ ସାମ୍ବାଦିକ ଓ ଉପଦେଷ୍ଟା ମଣ୍ଡଳିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.