୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କଲା ଖୁସି ଚେରିଟେବୁଲ ଟ୍ରଷ୍ଟ

କଳାହାଣ୍ଡି: ଆଜି ସମଗ୍ର ଦେଶ ୭୨ତମ ଗଣତନ୍ତ୍ର ଦିବସ ପାଳନ କରୁଥିବାବେଳେ ଖୁସି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମଧ୍ୟ ତିଳଯୋଡି କାର୍ଯ୍ୟାଳୟ ଠାରେ ଏହି ଜାତୀୟ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ଭୁବନ ହରି ପ୍ରଧାନ ପତାକା ଉତୋଳନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଟ୍ରଷ୍ଟର ଉପଦେଷ୍ଟା ଗୋବର୍ଦ୍ଧନ ମାଝୀ ଉପସ୍ଥିତ ରହି ଗ୍ରାମର ଯୁବ ଗୋଷ୍ଟି, ଉପସ୍ଥିତ ଜନତା ଓ ସମସ୍ତ ସଦସ୍ୟଙ୍କୁ ଉଦବୋଧନ ଦେଇଥିଲେ। ପରେ ଟ୍ରଷ୍ଟ ପକ୍ଷରୁ କୁନି କୁନି ଶିଶୁ ମାନଙ୍କୁ କିଛି ମିନା ବହି, ଖାତା ଓ କଳମ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଟ୍ରଷ୍ଟର ସମ୍ପାଦକ ଯଶୋବନ୍ତ ରଣା ଉପସ୍ଥିତ ଗ୍ରାମ ବାସୀଙ୍କୁ ଟ୍ରଷ୍ଟର ଉଦେଶ୍ୟ ଓ ଆଗାମୀ ଦିନର କାର୍ଯ୍ୟପନ୍ଥା ବିଷୟରେ ଅବଗତ କରାଇଥିଲେ। ଏଥିରେ ଟ୍ରଷ୍ଟର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.