ଅପର ଜୋଙ୍କ ଜଳ ବିବାଦର ଘଟିଲା ଅନ୍ତ

ଏ ବର୍ଷ ପାଣି ପଂଚାୟତ-୧ କୁ ମିଳିବ ପାଣି ଓ ୩୫୪ କୁ ମିଳିଲା ଗ୍ରୀନ ସିଗନାଲ

ନୂଆପଡା: ଆଜକୁ ୧୦ ବର୍ଷ ପୂର୍ବେ ପତୋରା ଡେମର ପାଣିକୁ ୧୦ ହଜାର ହେକ୍ଟର ଜମିରେ ଜଳ ସେଚନ କରିବା ପାଇଁ ବିଚାର କରି ୨୦ଟି ପାଣି ପଂଚାୟତ ଗଠନ କରାଯାଇଥିଲା। ୨୦୧୩ ମସିହାରେ ଆପୋସି ନିଷ୍ପତି କ୍ରମେ ପାଣି ପଂଚାୟତ ୧ରୁ ୫ ଓ ୧୭ରୁ ୨୦ କୁ ପ୍ରଥମ ବର୍ଷ ଏବଂ ପାଣି ପଂଚାୟତ ୬ ରୁ ୧୬ କୁ ଦ୍ଵିତୀୟ ବର୍ଷରେ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଥିଲା। ତେବେ କାଳକ୍ରମେ ଯେତେବେଳ ୬ ରୁ ୧୬ ପାଣି ପଂଚାୟତର ଜଳ ପାଇବାର ରୋଟେସନ ଅନୁଯାଇ ସମୟ ଆସେ ପାଣି ପଂଚାୟତ ୧ ରୁ ୫ ର ଚାଷୀ ଆନ୍ଦୋଳନ କରିଥାନ୍ତି। କାରଣ ସେମାନେ ପାଣି ପଂଚାୟତ ନିୟମ ହିସାବରେ ଜିରୋ ହେଡ଼ ଳର ଚାଷୀ ଅଟନ୍ତି। ଏହାକୁ ପାଣି ପଂଚାୟତ ୬ ରୁ ୧୬ ର ଚାଷୀ ବିରୋଧ କରିଥାନ୍ତି କାରଣ ପାଣି ପଂଚାୟତ ନିୟମ ହିସାବରେ ତାଙ୍କ ରୋଟେସନ ସମୟ ରେ ତାଙ୍କୁ ପାଣି ମିଳିବାର ଅଧିକାର ଅଛି। ତେବେ ଉଭୟ ତଳମୁଣ୍ଡ ଓ ଉପରମୁଣ୍ଡ ଚାଷୀଙ୍କ ମଧ୍ୟ ଳରେ ଗତ ୧୦ବର୍ଷ ହେଲା ଆନ୍ଦୋଳନ ଓ ଧାରଣା ଲାଗି ରହିଛି। ଜିଲ୍ଲା ପ୍ରଶାସନ ଅନେକ ସମୟରେ ପ୍ରତିଶୃତି ଦେଇ ଯେପରି ସେପରି ସମାଧାନର ବାଟ ଖୋଜିଥାଏ। ତେବେ ଏହି ସମସ୍ୟାର କେବେ ହେଲେ ସ୍ଥାୟୀ ସମାଧାନ ହୋଇ ପାରୁ ନ ଥିଲା। ପୂର୍ବ ବର୍ଷ ଭଳି ଏ ବର୍ଷ ବି ଚଳିତ ମାସ ଜାନୁଆରୀ ୧୬ତାରିଖରେ ତଳମୁଣ୍ଡ ଚାଷୀ ରାସ୍ତା ଅବରୋଧ କରିଥିଲେ।


ଜାନୁଆରୀ ୧୮ ରେ ଉପରମୁଣ୍ଡ ଚାଷୀ ୪ ଦଫା ଦାବୀ ନେଇ ଜିରୋ ହେଡ଼ରେ ଧାରଣାରେ ବସିଲେ। ଫେବୃଆରୀ ୪ ତାରିଖରେ ଉପର ମୁଣ୍ଡର ୨ ଚାଷୀ ନେତାଙ୍କୁ ପୋଲିସ ରତି ଅଧିଆ ଉଠାଇ ନେବା ଫଳରେ ଜଣେ ଏସଆଇ ଙ୍କ ସହ ୬ ଜଣ ପୋଲିସ କର୍ମଚାରୀଙ୍କୁ ସାରବଙ୍ଗରେ ଉପରମୁଣ୍ଡ ଚାଷୀ ଅଟକ ରଖିଥିଲେ। ତେବେ ପୋଲିସ ୨ ଚାଷୀ ନେତାଙ୍କୁ ଛାଡି ଦେଲା ପରେ ଅଟକ ରଖା ଯାଇଥିବା ପୋଲିସଙ୍କୁ ଚାଷୀ ଛାଡି ଥିଲେ। ସେହି ଦିନ ଠାରୁ ଆଜି ଯାଏଁ ଉପରମୁଣ୍ଡ ଚାଷୀ ପତୋରା ଡେମରେ ଧାରଣା ଦେଇ ଆସୁଥିଲେ। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଭୟ ଉପରମୁଣ୍ଡ ଓ ତଳମୁଣ୍ଡ ଚାଷୀ, ଜିଲ୍ଲା ବାର ଏସୋସିଏସନ, ଜିଲ୍ଲା ପ୍ରଶାସନ, ଜିଲ୍ଲା ପୋଲିସ ପ୍ରଶାସନର ଉପସ୍ଥିତରେ ଏକ ବୈଠକ ଡକାଯାଇ ସମସ୍ୟାର ସମାଧାନ ଦିଗରେ ବିଚାର କରଯାଇଥିଲା। ଉପରମୁଣ୍ଡ ଚାଷୀଙ୍କ ୪ ଦଫା ଦାବୀକୁ ଜିଲ୍ଲାପ୍ରଶାସନ ମାନି ନେଇଛି। ଆଜି ଏକ ଶାନ୍ତି କମିଟି ଗଠନ କରାଯାଇ ଧାରଣା ସ୍ଥଳ ଳରେ ପତୋରା ଡେମର ଗେଟକୁ ଖୋଲାଯାଇଥିଲା। ଏହି ଶାନ୍ତି କମିଟିରେ ନୂଆପଡା ସବ କଲେକ୍ଟର ତରଣୀ ସେନ ନାୟକ, ଏ.ଏସ.ପି. ସୁନୀଲ ଆଚାର୍ଯ୍ୟ, ନୂଆପଡା ତହସିଲଦାର ଦେବେନ୍ଦ୍ର ରାଉତ, ଅପର ଜୋଙ୍କ ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଗୌରାଙ୍ଗ ଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିବା ବେଳେ ଚାଷୀନେତା ଭରତ ରାଉତ, କମଲେଶ ଦୀକ୍ଷିତ, ପ୍ରକାଶ ଦୀକ୍ଷିତ, ରାମ ସିଂ ମାଝୀ, ଅଯୋଧ୍ୟା ସାହୁ, ଦିଲୀପ ମାଝୀ, ଲାଲେଶ ଉଜିର, ବିନୟ ଦୀକ୍ଷିତ, ତାରଚନ୍ଦ ମାଝୀ, ଟୁକେଶ୍ୱର ଯାଦବ, ରାମ ଚରଣ ସାହୁ, ଲଖନ ରାଉତ, ଯମୁନା ଯାଦବ, ଦେୱାନନ୍ଦ ସାହୁ, ପୁରୁଷୋତ୍ତମ ଦେୱାଙ୍ଗନ, ସନ୍ତୋଷ ସାହୁ, ୟଶ ରାଜ ଦେୱାଙ୍ଗନ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଉପରମୁଣ୍ଡ ଚାଷୀଙ୍କ ୪ଦଫା ଦାବୀ ଯଥା ଡେମ ରେ ୩୫୪ ମିଟର ପାଣି ଧାରଣ କରାଯାଉ, ଜିରୋ ହେଡ଼ରୁ ଜଳ ସେଚନ କରାଯାଉ, ନୂତନ ଭାବେ ପାଣି ପଂଚାୟତ ଇଲେକ୍ସନ କରାଯାଉ ଓ ମୁଖ୍ୟ କେନାଲର ପୁନଃରୁଦ୍ଧାର ଓ ମରାମତି କରାଯାଉ।


ତେବେ ଜିଲ୍ଲା ପ୍ରଶାସନ ଚାଷୀଙ୍କ ସମସ୍ତ ଦାବୀକୁ ମାନି ଏ ବର୍ଷ ପାଣି ପଂଚାୟତ ୧ (ଭେରା ) କୁ ଜଳ ସେଚନ କରାଯିବ, ଆଗାମୀ ବର୍ଷରେ ଡେମ ରେ ୩୫୪ ମିଟର ଜଳ ଧାରଣ କରାଯିବ ଓ ନୂତନ ଭାବେ ପାଣି ପଂଚାୟତ ଇଲେକ୍ସନ କରାଯିବ ବୋଲି ଲିଖିତ ପ୍ରତିଶୃତି ଦେଇଛନ୍ତି। ପ୍ରକଶ ଯେ, ଜିଲ୍ଲା ପ୍ରଶାସନର ନିଷ୍ପତିକୁ ଗ୍ରହଣ କରି ଚାଷୀ ମାନେ ଖୁସି ହୋଇ ଧାରଣାରୁ ଓହରି ଯାଇଛନ୍ତି। ଏସ.ଡି.ପି.ଓ. ପ୍ରଶାନ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ଖରିଆର ରୋଡ଼ ଆଇ.ଆଇ.ସି. ଅନିରୁଦ୍ଧ ମୁଦୁଲି, ଧରମବନ୍ଧା ଆଇ. ଆଇ.ସି. ଦିଲୀପ କୁମାର ଲାକ୍ରାଙ୍କ ସହିତ ୨ ପ୍ଲାଟୁନ ପୋଲିସ ଫୋର୍ସ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଧାରଣା ସ୍ଥଳ ରେ ମହଜୁତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.