ଜଗନ୍ନାଥ ସେବା ସମିତି,ଧର୍ମଗଡ ପକ୍ଷରୁ ମାଗଣା ମାନସିକ ରୋଗୀ ଚିକିତ୍ସା ଶିବିର 

କଳାହାଣ୍ଡି,୨୭/୨: ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ ମାଗଣା ମାନସିକ ରୋଗୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ  ବିଷ୍ଣୁପ୍ରସାଦ ଅଗ୍ରଓାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଚିକିତ୍ସା ଶିବିରକୁ ଧର୍ମଗଡ ବ୍ୟବସାୟୀ ସଂଘ ସଭାପତି ବିଦ୍ୟାଧର ସାହୁ ଉଦଘାଟନ କରିଥିଲେ ।ନାଗପୁର ସ୍ଥିତ ଜବାହରଲାଲ ନେହେରୁ ମେଡିକାଲ କଲେଜର ମାନସିକ ରୋଗ ବିଭାଗର ମୂଖ୍ଯ ଡାକ୍ତର ପ୍ରଦିପ ପାଟିଲ ଯୋଗ ଦେଇ ମାନସିକ ରୋଗ, ଯୌନ ସମସ୍ୟା ,ପାଗଳ ପଣ, ମିରିଗି ଆଦି ରୋଗର ମାଗଣା ଚିକିତ୍ସା କରିଥିଲେ । ସେବାସମିତି ପକ୍ଷରୁ ଗରିବ ରୋଗୀଙ୍କୁ ୧୦ ଦିନର ମାଗଣା ଔଷଧ ବଣ୍ଟନ କରାଯାଇଥିଲା ।

Omkar Vasthu
Omkar Vasthu

ଏହି ଚିକିତ୍ସା ଶିବିରକୁ ଧର୍ମଗଡ ସମେତ ପଡୋଷୀ ନୂଆପଡା, ବଲାଙ୍ଗିର, ନବରଙ୍ଗପୁର ଏବଂ ପଡୋଶୀ ରାଜ୍ଯ ଛତିଶଗଡରୁ ବହୁସଂଖ୍ଯା ରୋଗୀମାନେ ଆସି ଚିକିତ୍ସିତ ହୋଇଥିଲେ । ଶିବିରରେ ସେବା ସମିତି ଉପସଭାପତି ଲକ୍ଷ୍ମୀକାନ୍ତ ବାଗ, ସାମ୍ବାଦିକ ବୈଦନାଥ ବେହେରା ,କୋଷାଧ୍ୟକ୍ଷ ନବିନ ଅଗ୍ରଓାଲ , ବିଶ୍ବରଞ୍ଜନ ବେହେରା, ଇଗିଂତ ପଣ୍ଡା, ସୁଶାନ୍ତ ସାହୁ, ଭରତ ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

ସ୍ଵତନ୍ତ୍ର ପ୍ରତିନିଧି ଲୋଚନ ପୋଡ ଓ ଧର୍ମଗଡ ପ୍ରତିନିଧି ଲବଣୀ ରାଉତଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.